ବିଶ୍ୱକପରେ : ଇଣ୍ଡିଜର ଘାତକ ବୋଲିଂ, ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ

ନଟିଂହାମ : ଟେଣ୍ଟବ୍ରିଜଠାରେ ଚାଲିଥିବା େଓ୍ଵଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୧୯ର ୧୦ ମ୍ୟାଚରେ ପ୍ରଥମରୁ ଇଣ୍ଡିଜର ପଲ୍ଲା ଭାରି ରହିଛି । ଇଣ୍ଡିଜ ବୋଲରଙ୍କ ସମ୍ମୁଖୀନ ହୋଇନପାରି ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ୮ ଓଭରରେ ଅଷ୍ଟ୍ରେଲିଆ ଦଳ ମାତ୍ର ୩୮ ରନ କରିଥିବାବେଳେ ୪ଟି ଓ୍ଵିକେଟ ହରେଇଛି । ଅଷ୍ଟ୍ରେଲିଆ ନିଜର ଆଗଧାଡ଼ି ବ୍ୟାଟ୍ସମ୍ୟାନ ଡେଭିଡ ଓ୍ଵାର୍ନର, ଆରନ ଫିଞ୍ଚ୍‌, ଉସମାନ ଖ୍ଵାଜା ଓ ଗ୍ଲେନ ମାକ୍ସେଓ୍ଵଲଙ୍କୁ ଶୀଘ୍ର ହରେଇ ସଂକଟରେ ପଡିଛି ।

ଏବେ ଷ୍ଟିଭେନ ସ୍ମିଥ ଓ ମାର୍କସ ଷ୍ଟିଇନିସ ଖେଳୁଛନ୍ତି । ଇଣ୍ଡିଜ ତରଫରୁ କଟ୍ରେଲ ୨ଟି ଓ ଥମାସ ୧ଟି ଓ୍ଵିକେଟ ନେଇଛନ୍ତି । ଏହି ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଉଭୟଦଳ ନିଜ ନିଜର ପ୍ରଥମ ମ୍ୟାଚ ଜିତିଥିବାରୁ ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିବାବେଳେ େଓ୍ଵଷ୍ଟଇଣ୍ଡିଜ ପାକିସ୍ତାନକୁ ହରେଇଥିଲା । ଉଭୟଦଳ ଆଜିର ମ୍ୟାଚ ଜିଣି ନିଜର ବିଜୟକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବେ ।

ସମ୍ବନ୍ଧିତ ଖବର