ଇନ୍ଦୋର: ଅଷ୍ଟ୍ରେଲିଆ ୭୦ ରନ୍ରେ ପ୍ରଥମ ଓ୍ଵିକେଟ ହରାଇଛି। ଭାରତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଛନ୍ତି ଅଷ୍ଟ୍ରେଲିଆର ଓପନର ଡାଭିଡ ଓ୍ଵାର୍ଣ୍ଣର। ୪୪ଟି ବଲ ଖେଳି ୪୨ ରନ୍ ସଂଗ୍ରହ କରିବା ପରେ ଓ୍ଵାର୍ଣ୍ଣର ବୋଲ୍ଡ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହେଲକର ଷ୍ଟାଡିୟମରେ ଖେଳାଯାଉଥିବା ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ରିପୋର୍ଟ ଲେଖାଯିବାକୁ ଅଷ୍ଟ୍ରେଲିଆ ୨୦.୨ ଓଭରରେ ୧୦୬ରନ୍ ସଂଗହ କରିଛି। ଅରୁଣ ଫିଞ୍ଚ ଓ ଅଧିନାୟକ ଷ୍ଟିଭେନ ସ୍ମିଥ କ୍ରିଜରେ ଅଛନ୍ତି। ଅରୁଣ ଫିଞ୍ଚ ୬୧ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/cricket-india-international-australia-first-match-chennai_212f77fa-a036-11e7-a38e-8ee9fe2ac8e7.jpg)