ପର୍ଥ: ଆସେସ୍ରେ ପ୍ରଧାନ୍ୟ ବିସ୍ତାର କରିଥିବା ଅଷ୍ଟ୍ରେଲିଆ କିନ୍ତୁ ଦିନିକିଆରେ ଆତ୍ମସମର୍ପଣ କରିଛି। ଆସେସ୍କୁ ୦-୪ରେ ହାରିଥିବା ଇଂଲଣ୍ଡ ୧-୪ରେ ଦିନିକିଆ ଶୃଙ୍ଖଳାକୁ ଜିତି ନେଇଛି। ରବିବାର ପଞ୍ଚମ ତଥା ଶେଷ ଦିନିକିଆରେ ଇଂଲଣ୍ଡ ୧୨ ରନ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଏହି ସଫଳତା ପାଇଛି। ଜୋ ରୁଟ୍ (୬୨)ଙ୍କ ଏକମାତ୍ର ଅର୍ଧଶତକ ବଳରେ ଇଂଲଣ୍ଡ ୪୭.୪ ଓଭରରେ ୨୫୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଶୀର୍ଷ କ୍ରମରେ ଜାସନ୍ ରୟ (୪୯), ଜନି ବେୟାରଷ୍ଟୋ (୪୪), ଆଲେକ୍ସ ହେଲ୍ସ (୩୫) ପ୍ରମୁଖ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଦ୍ରୁତ ବୋଲର ଆଣ୍ଡ୍ରିଉ ଟାଇ (୯.୪-୦-୪୬-୫) ସଫଳ ବୋଲର ଥିଲେ। ମିଚେଲ୍ ମାର୍ସ ମଧ୍ୟ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୪୭ ରନ୍ କରିବାରୁ ୧୨ ରନ୍ ଦୂରରେ ଅଟକିଯାଇଥିଲା। ମାର୍କସ ଷ୍ଟୋଇନିସ୍ (୮୭, ୯୯ ବଲ୍, ୬ ଚୌକା, ୪ ଛକା) ଶତକରୁ ଏବଂ ଅଷ୍ଟ୍ରେଲିଆ ବିଜୟରୁ ବଞ୍ଚିତ ହୋଇଥିଲା। ଟ୍ରାଭିସ୍ ହେଡ୍ (୨୨), ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍ (୩୪), ଟିମ୍ ପାଇନ୍ (୩୪) ପ୍ରମୁଖ ଦଳକୁ ବିଜୟୀ କରିପାରିନଥିଲେ। ଟିମ୍ କୁରାନ୍ (୯.୨-୦-୩୫-୫) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୋଇନ୍ ଅଲୀ ୫୫ ବିନିମୟରେ ୩ ଓ୍ଵିକେଟ୍ ନେଇଥିଲେ। ଜୋ ରୁଟ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ଅଷ୍ଟ୍ରେଲିଆ ହାରିଲା
ଇଂଲଣ୍ଡ ୪-୧ରେ ଜିତିଲା
/sambad/media/post_attachments/wp-content/uploads/2018/01/qck_1297e_1517138582.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)