ଲାହୋର: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ଘରୋଇ ପାକିସ୍ତାନକୁ ୧-୦ରେ ହରାଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୮୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ଅଷ୍ଟ୍ରେଲିଆ ଓପ୍ନର ଟ୍ରାଭିସ୍ ହେଡ୍ (୧୦୧ ରନ୍, ୭୨ ବଲ୍, ୧୨ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଶତକ ସାଙ୍ଗକୁ ବେନ୍ ମ୍ୟାକଡର୍ମଟ (୫୫)ଙ୍କ ଅର୍ଦ୍ଧଶତକ ଏବଂ କାମେରନ ଗ୍ରିନ୍ (୪୦, ୩୦ ବଲ୍, ୩ ଚୌକା, ୧ ଛକା)ଙ୍କ ଦ୍ରୁତ ରନ୍ ବଳରେ ୭ ୱିକେଟ୍ ବିନିମୟରେ ୩୧୩ ରନ୍ କରିଥିଲା। ମାର୍କସ ଷ୍ଟୋଇନିସ୍ (୨୬), ମାର୍ନସ ଲବୁସାନେ (୨୫), ଅଧିନାୟକ ଆରୋନ ଫିଞ୍ଚ୍ (୨୩) ମୂଲ୍ୟବାନ ଅବଦାନ ରଖିଥିଲେ। ପାକିସ୍ତାନ ପକ୍ଷରୁ ହାରିସ ରଫ୍ ଓ ଜାହିଦ ମେହମୁଦ୍ ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଓପ୍ନର ଇମାମ ଉଲ୍ ହକ୍ (୧୦୩)ଙ୍କ ଶତକ ଏବଂ ଅଧିନାୟକ ବାବର ଆଜମ (୫୭)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପାକିସ୍ତାନ ୪୫.୨ ଓଭରରେ ୨୨୫ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଆଦାମ ଜାମ୍ପା ୪, ମିଚେଲ ସ୍ବିପ୍ସନ ଓ ଟ୍ରାଭିସ୍ ହେଡ଼୍ ୨-୨ ୱିକେଟ୍ ଅକ୍ତିଆର କରିଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଟ୍ରାଭିସ୍ ହେଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ
/sambad/media/post_attachments/wp-content/uploads/2022/03/65d465d4agdagdagdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)