ମେଲବର୍ନ: ଅଷ୍ଟ୍ରେଲିଆ ପେସ୍‌ ବୋଲିଂ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ମାତ୍ର ୧୪୮ ରନ୍ କରିଛି। ଫଳରେ ବକ୍ସିଂ ଡେ’ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୩୧୯ ରନ୍ ଅଗ୍ରଣୀ ମିଳିଛି। ଫଲୋଅନ୍‌ ନ ଡାକି ଅଷ୍ଟ୍ରେଲିଆ ତୃତୀୟ ଦିନ ଶେଷ ସୁଦ୍ଧା ୪ ୱିକେଟ୍ ବିନିମୟରେ ୧୩୭ ରନ୍ କରିଛି। ଏଥି ସହିତ ହାତରେ ଦୁଇ ଦିନ ଏବଂ ୬ ୱିକେଟ୍ ଥାଇ କଙ୍ଗାରୁ ଦଳ ୪୫୬ ରନ୍‌ରେ ଆଗୁଆ ରହିଛି।

Advertisment

ଅଷ୍ଟ୍ରେଲିଆର ୪୬୭ ରନ୍‌ ଜବାବରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ଶନିବାର ସକାଳେ ୪୪/୨ରୁ ଖେଳିଥିଲା। କିନ୍ତୁ ଘରୋଇ ଦଳର ୩ ପେସ୍‌ ବୋଲର୍‌ ପ୍ୟାଟ୍ କମିନ୍ସ, ଜେମ୍ସ ପାଟିନ୍‌ସନ୍, ମିଚେଲ ଷ୍ଟାର୍କ ମିଳିତ ଭାବେ ସମସ୍ତ ୧୦ ୱିକେଟ୍ ବାଣ୍ଟି ନେବାରୁ ନ୍ୟୁଜିଲାଣ୍ଡ୍ ଫଲୋଅନ୍‌ ସୀମା ଅତିକ୍ରମ କରିବା ସମ୍ଭାବନା ସୃଷ୍ଟି କରି ପାରିନଥିଲା। ୫୮ ରନ୍‌ରେ ୫ ୱିକେଟ୍ ହରାଇଦେବା ପରେ ନ୍ୟୁଜିଲାଣ୍ଡ୍‌ ଆଉ ପ୍ରତ୍ୟାବର୍ତନ କରିପାରିନଥିଲା। ଟମ୍ ଲଥାମ୍‌ ଏକମାତ୍ର ଅର୍ଧଶତକ ହାସଲ କରିଥିବା ବେଳେ ୧୦ ନମ୍ବର ବ୍ୟାଟସମ୍ୟାନ୍‌ ନିଲ୍ ୱାଗ୍‌ନର୍‌ ୧୮* ରନ୍‌ କରିଥିଲେ। ପ୍ରଥମ ପାଳିରେ ୩୧୯ ରନ୍‌ ଆଗୁଆ ଥାଇ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ଜଲଦି ୱିକେଟ୍ ହରାଇଛି। ତଥାପି ଦଳ ବିଜୟ ସମ୍ଭାବନା ସ୍ଥିତିରେ ରହିଛି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୬୭ (ଟ୍ରାଭିସ୍ ହେଡ୍‌-୧୧୪, ଷ୍ଟିଭେନ୍ ସ୍ମିଥ୍‌-୮୫, ଟିମ୍ ପେନ୍‌-୭୯, ମାର୍ନସ ଲବୁସାନ୍‌-୬୩, ନିଲ୍ ୱାଗନର୍‌-୪/୮୩, ଟିମ୍ ସାଉଦି-୩/୧୦୩)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୫୪.୫ ଓଭରରେ ୧୪୮ (ଟମ୍ ଲଥାମ୍‌-୫୦, ନିଲ୍‌ ୱାଗନର୍‌-୧୮*, ପ୍ୟାଟ୍ କମିନ୍ସ-୫/୨୮, ଜେମ୍କ ପାଟିନ୍‌ସନ୍‌-୩/୩୪, ମିଚେଲ ଷ୍ଟାର୍କ-୨/୩୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୪୫ ଓଭରରେ ୧୩୭/୪ (ଡେଭିଡ୍‌ ୱାର୍ନର-୩୮,‌ ଜୋ ବର୍ନସ୍‌-୩୫, ନିଲ୍‌ ୱାଗ୍‌ନର୍‌-୨/୩୯, ମିଚେଲ ସାଣ୍ଟନର୍‌-୧/୨୨)।

୨୦୦ ଟେଷ୍ଟ୍ ଵିକେଟ୍ କ୍ଲବ୍‌ରେ ଵାଗ୍‌ନର