ମେଲ୍ବର୍ନ: ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ସ୍ପେନୀୟ ତାରକା ରାଫେଲ୍ ନାଦାଲ୍ଙ୍କୁ ଶୀର୍ଷ ଏବଂ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସ୍ୱିଜରଲାଣ୍ଡର ରୋଜର ଫେଡେରର୍ଙ୍କୁ ଦ୍ୱିତୀୟ ମାନ୍ୟତା ମିଳିଛି। ୬ ଥରର ବିଜେତା ନୋଭାକ ଜୋକୋଭିକ୍ଙ୍କୁ ଚର୍ତୁଦଶ ମାନ୍ୟତା ମିଳିଛି। ମହିଳା ଏକକରେ ସିମୋନା ହାଲେପ ଏବଂ କରୋଲିନା ଓ୍ଵଜନିଆକି ପ୍ରଥମ ଦୁଇ ମାନ୍ୟତା ପାଇଛନ୍ତି। ୨୦୧୭ର ଓ୍ଵିମ୍ବଲ୍ଡନ୍ ଓପନ ବିଜୟିନୀ ଗାର୍ବିନେ ମୁଗୁରୁଜାଙ୍କୁ ତୃତୀୟ ମାନ୍ୟତା ମିଳିଛି। ସୂଚନାଯୋଗ୍ୟ ଯେ, ଆଘାତ ଜନିତ ସମସ୍ୟା ଯୋଗୁଁ ବ୍ରିଟେନର ଆଣ୍ଡି ମରେ ଏବଂ ଜାପାନର କେଇ ନିଶିକୋରି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେହିଭଳି ମହିଳା ଏକକରେ ଗତ ସେପ୍ଟେମ୍ବରରେ ମା’ ହୋଇଥିବା ସେରେନା ଓ୍ଵିଲିୟମ୍ସ ମଧ୍ୟ ଓହରି ଯାଇଥିଲେ।
ଅଷ୍ଟ୍ରେଲିଆନ୍ ଓପନ୍ରେ ନାଦାଲଙ୍କୁ ଶୀର୍ଷ ମାନ୍ୟତା
/sambad/media/post_attachments/wp-content/uploads/2018/01/semifinal-reslut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)