ଅଷ୍ଟ୍ରେଲିଆ ପାରା ବ୍ୟାଡ୍‌ମିଣ୍ଟନ୍‌, ପ୍ରମୋଦଙ୍କୁ ଯୁଗଳ ପଦକ

ଭୁବନେଶ୍ବର: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହରରେ ଆୟୋଜିତ ଅଷ୍ଟ୍ରେଲିଆ ପାରା ବ୍ୟାଡ୍‌ମିଣ୍ଟନ୍‌ ଇଣ୍ଟରନ୍ୟାସନାଲରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଯୁଗଳ ପଦକ କରାୟତ କରିଛନ୍ତି। ଏସୀୟ ସ୍ବର୍ଣ୍ଣ ବିଜେତ‌‌ା ଏହି ଭାରତୀୟ ତାରକା ପୁରୁଷ ଏକକରେ ଟ୍ରଫି ହାତେଇଥିଲା ବେଳେ ଯୁଗଳରେ ‌ଉପ ବିଜେତା ହୋଇଥିଲେ। ରବିବାର ଏକକ ଫାଇନାଲ୍‌ରେ ‌‌ସେ ସିଧାସଳଖ ୨୧-୧୬, ୨୧-୧୮ରେ ଇଣ୍ଡୋନେସିଆର ଉକୁନ ରୁକାଣ୍ଡିକୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଏଥି ସହ ‌ପ୍ରମୋଦ ଲଗାତାର ଭାବେ ତୃତୀୟ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତି‌ଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାର ପ୍ରଥମ ଭାରତୀୟ ହୋଇଛନ୍ତି। ‌‌ସେହିପରି ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ କଡ଼ା ସଂଘର୍ଷ କରି ୨୩-୨୫, ୨୪-୨୦, ୨୦-୨୨ରେ ଇଣ୍ଡୋନେସିଆ ଯୋଡ଼ଇ ଫେଡ୍ରି ସତ୍ୟବାନ ଓ ଡୁୟୋକୋଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଏହି ସଫଳତା ଲାଗି ପ୍ରମୋଦଙ୍କୁ ଓଡ଼ିଶା ପରା ବ୍ୟାଡ୍‌ମିଣ୍ଟନ୍‌ ସଂଘ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର