ଅଷ୍ଟ୍ରେଲିଆ ଖେଳାଳି ପିନ୍ଧିବେ ୧୯୮୬ ପୋଷାକ

ସିଡ୍‌ନି: ଶନିବାରଠାରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ୧୯୮୬ ମସିହାରେ ଆଲାନ ବର୍ଡରଙ୍କ ଦଳ ପିନ୍ଧୁଥିବା ସବୁଜ ଏବଂ ସୁନେଲୀ ରଙ୍ଗର ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇବ। ବର୍ଡରଙ୍କ ଦଳ ଏହି ପୋଷାକ ପିନ୍ଧିଲା ବେଳେ ସଂପ୍ରତି କଙ୍ଗାରୁ ଦଳର ପ୍ରମୁଖ ବୋଲର ଥିବା‌ ପିଟର ସିଡଲ ମାତ୍ର ବର୍ଷକର ହୋଇଥିଲେ। ଏଣୁ ୩୨ ବର୍ଷ ପରେ ସେହି ପୋଷାକ ପିନ୍ଧିବାକୁ ଯାଉଥିବା ସମଗ୍ର ଅଷ୍ଟ୍ରେଲିଆ ଦଳ ଏବେ ବେଶ୍ ଉତ୍ସାହିତ ଅଛି। ସିଡନି କ୍ରିକେଟ୍ ପଡ଼ିଆରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଆଡିଲେଡ୍ ଏବଂ ମେଲବର୍ନରେ ଅଷ୍ଟ୍ରେଲିଆ ଆଉ ଦୁଇଟି ଦିନିକିଆ ଖେଳିବ। ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ବିପକ୍ଷ ଶୃଙ୍ଖଳାରେ ‌ଅଶି ଦଶକର ସେହି ପୁରୁଣା ପୋଷାକ ଭଳି ପୋଷାକ ପିନ୍ଧିବେ ବୋଲି ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ସଙ୍କେତ ଦେଇଛି।

ସମ୍ବନ୍ଧିତ ଖବର