ପତ୍ନୀ ସମେତ ୩ ଶିଶୁଙ୍କୁ କାରରେ ଜିଅନ୍ତା ପୋଡ଼ି ଆତ୍ମହତ୍ୟା କଲେ ଏହି ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଜଣେ ପୂର୍ବତନ ଖେଳାଳି ନିଜର ପତ୍ନୀଙ୍କ ସମେତ ତିନିଜଣ ସନ୍ତାନଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି | ଏହି ଘଟଣାକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଛନ୍ତି ଯେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଶୋକରେ ଅଛି |

ମିଳିଥିବା ସୂଚନା ମୁତାବକ ଅଷ୍ଟ୍ରେଲିଆର ପୂର୍ବତନ ରଗବି ଖେଳାଳି ରୋବେନ ବେକସଟର ୩୧ ବର୍ଷୀୟ ପତ୍ନୀ ହେନାଙ୍କ ସହ ତିନିଜଣ ସନ୍ତାନଙ୍କୁ କାରରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ | ସେମାନଙ୍କ ମୃତ୍ୟୁ ପରେ ରୋବେନ ଆତ୍ମହତ୍ୟା କରିଥିଲେ | ଆଜି ସକାଳ ୮ଟା ସମୟରେ ଅଷ୍ଟ୍ରେଲିଆର ବ୍ରିସବେନ ଅଂଚଳରେ ଏକ କାର ବିସ୍ଫୋରଣ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ ଦେଖିଥିଲେ | ଏହା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା |

Photo-Oneindia

ନିଆଁ ଲିଭାଜିବା ପରେ କାରରେ ହେନାଙ୍କ ସମେତ ୩ ସନ୍ତାନଙ୍କ ଜୀବନ୍ତ ଦଗ୍ଧ ମୃତ ଦେହ ଦେଖିବାକୁ ମିଳିଥିଲା | ପରେ ରୋବେନଙ୍କୁ ତାଙ୍କ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା | ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | କିନ୍ତୁ ମୃତ୍ୟୁ ପୂର୍ବରୁ ସେ ହିଁ କାରରେ ନିଆଁ ଲଗାଇଦେଇଥିବାର ସ୍ୱୀକାର କରିଥିଲେ | ତେବେ ଏଭଳି ନାରକୀୟ କାଣ୍ଡ ପଛରେ ପାରିବାରିକ କଳହ ହିଁ ମୁଖ୍ୟ ଥିଲା ବୋଲି ପୁଲିସ କହିଛି | କାରଣ ରୋବେନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହକୁ ନେଇ କୋର୍ଟରେ କେସ ଚାଲିଥିଲା |

ସମ୍ବନ୍ଧିତ ଖବର