ଦୁବାଇ: ପାକିସ୍ତାନ ବିପକ୍ଷ ଶେଷ ତଥା ପଞ୍ଚମ ଦିନିକିଆକୁ ୨୦ ରନ୍ରେ ଜିତି ଅତିଥି ଦଳ ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ୫-୦ରେ ପୋଛି ନେଇଛି। ଭାରତ ବିପକ୍ଷ ଶୃଙ୍ଖଳା ବିଜୟଠାରୁ ଲଗାତାର ୮ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ୍ ପୂର୍ବରୁ ଆତ୍ମବିଶ୍ବାସକୁ ଉଚ୍ଚାରେ ରଖିଛି। ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪ ଅର୍ଧଶତକ ବଳରେ ୭ ୱିକେଟ୍ ହରାଇ ୩୨୭/୭ କରିଥିଲା। ଉସମାନ ଖୱାଜା ୯୮, ଆରୋନ ଫିଞ୍ଚ୍ ୫୩, ସନ୍ ମାର୍ସ ୬୧ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୭୦ (୩୩ ବଲ୍, ୧୦ ଚୌକା, ୩ ଛକା)ଙ୍କ ଅର୍ଧଶତକ ବଳରେ ଦଳ ୩୦୦ ରନ୍ ପରି କରିଥିଲା। ପାକିସ୍ତାନ ପକ୍ଷରୁ ଉସ୍ମାନ ଶିନୱାରି ୪, ଜୁନୈଦ ଖାନ୍ ୩ ୱିକେଟ୍ ପାଇଥିଲେ। ଜବାବରେ ପାକିସ୍ତାନ ହାରିସ୍ ସୋହେଲ (୧୩୦, ୧୨୯ ବଲ, ୧୧ ଚୌକା, ୩ ଛକା)ଙ୍କ ଶତକ ସତ୍ତ୍ବେ ୩୦୭/୭ରେ ସୀମିତ ରହିଯାଇଥିଲା। ସାନ୍ ସାମୁଦ ଏବଂ ଇମଦ୍ ୱାସିମ୍ ସମାନ ୫୦ ରନ୍ ଲେଖାଏଁ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବେହେରନ୍ଡର୍ଫ ୩ ୱିକେଟ୍ ନେଇଥିଲେ। ରିଚାର୍ଡସନ, ଲାୟନ, ମ୍ୟାକ୍ସୱେଲ, ଜାମ୍ପା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାକ୍ସୱେଲ୍ ମ୍ୟାଚ୍ର ଏବଂ ଫିଞ୍ଚ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତି ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୩୨୭/୭ (ଉସମାନ ଖୱାଜା-୯୮, ଗ୍ଲେନ୍ ମ୍ୟାକ୍ସୱେଲ-୭୦, ସନ୍ ମାର୍ସ-୬୧, ଆରୋନ ଫିଞ୍ଚ୍-୫୩, ଉସମାନ ଶିନୱାରି-୪/୪୯, ଜୁନୈଦ ଖାନ୍-୩/୭୧)। ପାକିସ୍ତାନ ୫୦ ଓଭରରେ ୩୦୭/୭ (ମହମ୍ମଦ ମାସୁଦ-୫୦, ହାରିସ ସୋହେଲ-୧୩୦ , ଉମର ଆକମଲ୍-୪୩, ଇମଦ୍ ୱାସିମ୍-୫୦*, ବେହେରନଡର୍ଫ-୩/୬୩)।