ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଆଜି ସିଡନୀର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକତ୍ୱ କରୁଛନ୍ତି ଶୁଭମନ ଗିଲ୍। ଅଷ୍ଟ୍ରେଲିଆ ଦଳର ଦାୟିତ୍ୱରେ ଅଛନ୍ତି ମିଚେଲ ମାର୍ଶ। ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍ ହାରି ପ୍ରଥମେ ବୋଲିଂ କରିଥିବା ବେଳେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ। ଏବେ ଅଷ୍ଟ୍ରେଲିଆ ୨୩୬ ରନ କରିବାକୁ ସକ୍ଷମ ହୋଇଛି। ଭାରତୀୟ କ୍ରିକେଟର ହର୍ଷିତ ରାଣା ୪ ୱିକେଟ୍ ନେଇ ଚର୍ଚ୍ଚାରେ ଅଛନ୍ତି।

Advertisment

ଆହୁରି ପଢ଼ନ୍ତୁ: Cyclone Montha, Moves Towards Andhra: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା

ତେବେ ପର୍ଥରେ ଅନୁଷ୍ଠିତ ସିରିଜର ପ୍ରଥମ ଦିନିକିଆକୁ DLS ନିୟମ ଅନୁଯାୟୀ ଭାରତୀୟ ଦଳ ୭ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ଆଡିଲେଡ୍ ଦିନିକିଆରେ ଆୟୋଜକ ଦଳ ଭାରତକୁ ୨ୱିକେଟରେ ପରାସ୍ତ କରିଥିଲା। ଏବେ, ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ସମ୍ମାନର ବିଷୟ ପାଲଟିଛି। ଯଦି ଏଥିରେ ଭାରତ ଭଲ ପ୍ରଦର୍ଶନ ନକରିପାରିଲା ତେବେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯିବ।

ଆହୁରି ପଢ଼ନ୍ତୁ: Cyclone Update: Well-Marked Low Pressure Intensify: ସୁଦୃଶ ଲଘୁଚାପ ଅବପାତରେ ପରିଣତ, ୨୭ରେ ବଙ୍ଗୋପସାଗରରେ ବାତ୍ୟା

ଭଲ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ଥିଲା। ଟ୍ରାଭିସ୍ ହେଡ୍ ଏବଂ ଅଧିନାୟକ ମିଚେଲ୍ ମାର୍ଶ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ। ମହମ୍ମଦ ସିରାଜ, ହେଡ୍ (୨୯ରନ୍)ଙ୍କୁ ଆଉଟ୍ କରି ଏହି ଭାଗୀଦାରିକୁ ଭାଙ୍ଗିଥିଲେ। ତା'ପରେ ଅକ୍ଷର ପଟେଲ ମାର୍ଶ (୪୧ରନ୍)ଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ଏହା ପରେ, ଫର୍ମରେ ଥିବା ମାଥ୍ୟୁ ସର୍ଟ (୩୦ରନ୍)ଙ୍କୁ ୱାଶିଂଟନ୍ ସୁନ୍ଦର ଆଉଟ୍ କରିଥିଲେ। ଏହିଠାରୁ ଆଲେକ୍ସ କେରି ଏବଂ ମାଥ୍ୟୁ ରେନଶା ଚତୁର୍ଥ ୱିକେଟ୍ ପାଇଁ ୫୯ ରନ୍‌ର ପାର୍ଟନରସିପ୍ କରିଥିଲେ। ହେଲେ କେରିଙ୍କୁ ୨୪ ରନ୍‌ରେ ଆଉଟ କରିଥିଲେ ହର୍ଷିତ ରାଣା।