ସିଡନି ଟି-୨୦, ଭାରତ ଆଗରେ ୧୬୫ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୬୫ ରନର ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍‌ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍‌ ଓ ଆର୍ସି ସର୍ଟ ସତର୍କତା ସହ ଇନିଂସ ଆରମ୍ଭ କରିଥିଲେ । ମାତ୍ର ଦଳ ର ସ୍କୋର ୬୮ରନ ହୋଇଥିବା ବେଳେ ଫିଞ୍ଚ୍‌ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହାର ଅଳ୍ପ କିଛି ସମୟ ପରେ ଅର୍ଥାତ ଦଳୀୟ ସ୍କୋର ୭୩ରେ ଅଷ୍ଟ୍ରେଲିଆ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା । ଦଳର ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସ ଯଥାକ୍ରମେ ୨୭ ଓ ୨୫ ରନ କରିବାରୁ ଦଳର ସ୍କୋର ସମ୍ମାନଜନକ ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା । ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର