ଅପ୍ରତ୍ୟାଶିତ ପ୍ରଦର୍ଶନ ପାଇଁ ପରିଚିତ ପାକିସ୍ତାନ ବିପକ୍ଷ ପରବର୍ତୀ ମ୍ୟାଚ୍ ଲାଗି ଅଷ୍ଟ୍ରେଲିଆ ଟଣ୍ଟନରେ ଏକ ଗତିଶୀଳ ପିଚ୍ ପାଇବା ଆଶାରେ ରହିଛି। କାରଣ ପୂର୍ବ ମ୍ୟାଚ୍ର ଓଭାଲ ପିଚ୍ ଅଷ୍ଟ୍ରେଲିଆ ଅପେକ୍ଷା ଭାରତକୁ ଅଧିକ ସୁହାଇଥିଲା। ଭାରତ ମଧ୍ୟ ଉତ୍କୃଷ୍ଟ କ୍ରିକେଟ୍ ଖେଳିଥିଲା। ପିଚ୍ରେ ଗତି ଏବଂ ଉଚ୍ଛାଳର ଅଭାବ ପାଇଁ ଅଷ୍ଟ୍ରେଲିଆର ପ୍ରମୁଖ ଅସ୍ତ୍ର ସେଦିନ ଅକାମି ହୋଇ ଯାଇଥିଲା। କଙ୍ଗାରୁ ପେସ୍ ବାହିନୀ ଏକପ୍ରକାର ପ୍ରଭାବହୀନ ରହିଥିଲା। ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଆଦୌ ବିପଜ୍ଜନକ ମନେ ହୋଇ ନଥିଲେ। ସେଥିପାଇଁ ଭାରତ ପ୍ରାରମ୍ଭିକ ଝଟ୍କାକୁ ପ୍ରତିହତ କରି ୩୫୦ରୁ ଅଧିକ ରନ୍ କରି ନେଇଥିଲା। ପିଚ୍ ଟିକିଏ ଶୁଖିଲା ହୋଇଯିବା ପରେ ଅଷ୍ଟ୍ରେଲିଆର ପେସ୍ ବାହିନୀ ସଂଘର୍ଷ କରିଥିଲା। ମୋ ମତରେ ସ୍ପିନ୍ ବିଭାଗ ଏମିତି ଏକ ଦିଗ, ଯେଉଁକ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଢେର କାମ କରିବାକୁ ହେବ। ସେହିଭଳି ମନ୍ଥର ପିଚ୍ ସେମାନଙ୍କ ବ୍ୟାଟିଂ ବାହିନୀ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆହ୍ବାନ। ଟଣ୍ଟନ୍ରେ ମନ୍ଥର ପିଚ୍ ମିଳିଲେ ଅଷ୍ଟ୍ରେଲିଆ ବ୍ୟାଟିଂ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
ବିଶ୍ବକପ୍ରେ ଅବଶ୍ୟ ସେମାନେ ସବୁବେଳେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପାଞ୍ଚ ଥର ବିଶ୍ବବିଜେତା ହୋଇ ସଫଳତାର ନୂଆ ସ୍ତର ଛୁଇଁଛନ୍ତି। ୨୦୧୫ରେ ଅଷ୍ଟ୍ରେଲିଆକୁ ବିଶ୍ବବିଜୟୀ କରାଇଥିବା କିଛି ଖେଳାଳି ଏବେ ବି ଏହି ଦଳରେ ଅଛନ୍ତି। ସେଥିପାଇଁ ‘ବିଶ୍ବକପ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ହରାଇବାକୁ ହେବ’ର ଭାବନା ଆଜି ବି ପ୍ରତିପକ୍ଷ ଖେଳାଳିଙ୍କ ମନରେ ଆନ୍ଦୋଳିତ ହେଉଛି। ରବିବାର ମ୍ୟାଚ୍ରୁ କିନ୍ତୁ ପ୍ରମାଣିତ ହୋଇ ଯାଇଛି ଯେ ମନ୍ଥର ପିଚ୍ରେ ଖେଳିବା ଆଗକୁ ଅଷ୍ଟ୍ରେଲିଆ ପାଇଁ କାଠିକର ପାଠ ହେବ। ସେପଟେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିବା ଚିତ୍ତାକର୍ଷକ ବିଜୟ ଧାରାକୁ ଜାରି ରଖିବା ଆଶାରେ ଥିବ। ଶ୍ରୀଲଙ୍କା ବିପକ୍ଷ ବାତିଲ ମ୍ୟାଚ୍ ପାଇଁ ପାକିସ୍ତାନ ଦୀର୍ଘ ଦିନ ପୂର୍ବେ ମ୍ୟାଚ୍ ଖେଳିଥିଲା ଭଳି ଲାଗୁଛି। ପାକିସ୍ତାନ ମଧ୍ୟ ନିଜ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍ରେ ଖେଳିବା ସପକ୍ଷରେ ଥିବ। ସେମାନଙ୍କ ପାଖରେ ଏକ ଭଲ ବ୍ୟାଟିଂ ବାହିନୀ ମଧ୍ୟ ରହିଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଢେର ଗୁରୁତ୍ବ ବହନ କରିବ।
ଅଷ୍ଟ୍ରେଲିଆକୁ ତା’ ସ୍ପିନ୍ ବିଭାଗ ସଜାଡ଼ିବାକୁ ହେବ
-ଗ୍ରେମ୍ ସ୍ମିଥ୍-
/sambad/media/post_attachments/wp-content/uploads/2019/06/grehm-smith.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)