ମୋଇନଙ୍କ ମାମଲାର ତଦନ୍ତ ବନ୍ଦ କଲା ଅଷ୍ଟ୍ରେଲିଆ

ସିଡ୍‌ନି: ୨୦୧୫ ଆସେସ୍‌ ଟେଷ୍ଟ୍‍ ବେଳେ ଇଂଲଣ୍ଡ ଅଲ୍‌ରାଉଣ୍ଡର ମୋଇନ୍‌ ଅଲ୍ଲୀଙ୍କୁ ଜଣେ ଅଷ୍ଟ୍ରେଲିଆ ଖେଳାଳି ‘ଓସାମା’ ବୋଲି ଡାକିଥିବା ଅଭିଯୋଗ ହୋଇଥିଲା। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହାର ଆନୁଷ୍ଠାନିକ ତଦନ୍ତ କରିଥିଲା। ତଦନ୍ତରୁ କିଛି ପ୍ରମାଣ ମିଳି ନଥିଲା। ଫଳରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନିଜ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି। କାର୍ଡିଫ୍‌ରେ ମୋଇନ୍‌ ଅସେସ୍‌ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ଙ୍କ ପ୍ରତିନିଧି ବୋଲି ଜଣେ ଖେଳାଳି କହିଥିଲେ ବୋଲି ମୋଇନ୍‌ ତାଙ୍କ ଆତ୍ମ ଜୀବନୀ ପୁସ୍ତକରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର