ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ପରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ଗସ୍ତ କରିବାର ଅଛି। ଏଥର ଭାରତୀୟ ଟେଷ୍ଟ ଟିମ୍ରେ କିଛି ନୂଆ ଖେଳାଳିଙ୍କୁ ସାମିଲ କରାଯାଇପାରେ। ଯେଉଁ ଖେଳାଳିମାନଙ୍କୁ ଅଷ୍ଟ୍ରେଲିଆର ଗସ୍ତରେ ସାମିଲ କରାଯିବା ବୋଲି ପୂର୍ବାନୁମାନ କରାଯାଉଛି, ସେମାନଙ୍କ ପ୍ରଦର୍ଶନ ନିକଟରେ ପ୍ରଶଂସନୀୟ ହୋଇପାରିଛି। ଆସନ୍ତୁ ଜାଣିବା କେଉଁମାନେ ସେହି ଯୁବ ପ୍ରତିଭା।
୧) ପ୍ରଥ୍ଵୀ ସ
/sambad/media/post_attachments/wp-content/uploads/2018/10/Prithiv-300x230.jpg)
ୱେଷ୍ଟଇଣ୍ଡିଜ ବିରୋଧରେ ପୃଥ୍ଵୀ ସ ନିଜର ପଦାର୍ପଣ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ସେଥିପାଇଁ ତାଙ୍କୁ ଭାରତୀୟ ଟିମରେ ଓପନର ଭାବରେ ଦେଖାଯାଇପାରିବ। ପୃଥ୍ଵୀଙ୍କ ପାଖରେ ସଚିନ ତେନ୍ଦୁଲକରଙ୍କ ଭଳି ଆକ୍ରମଣାତ୍ମକ ଓ ଡିଫେନସ୍ ଶୈଳୀ ଅଛି, ଯାହାକି ଅଷ୍ଟ୍ରେଲିଆର ବୋଲରମାନଙ୍କୁ ହଇରାଣ କରିପାରିବ।
୨) ଋଷଭ ପନ୍ତ
/sambad/media/post_attachments/wp-content/uploads/2018/10/Rishav-300x230.jpg)
ଇଂଲଣ୍ଡ ମାଟିରେ ଶତକ ହାସଲ କରି ଇତିହାସ ରଚିଥିବା ଋଷଭ ପନ୍ତଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାଯାଇପାରେ। କାରଣ ଇଂଲଣ୍ଡ ବିରୋଧରେ ଶତକ ହାସଲ କରିବା ପରେ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୯୨ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡରେ ଋଷଭ ପନ୍ତ ଏଭଳି କାମ କରିଥିଲେ, ଯାହାକି ଭାରତର କୌଣସି ଓ୍ଵିକେଟକିପର କରିପାରି ନଥିଲେ। ଇଂଲଣ୍ଡରେ ପନ୍ତ ୧୪୬ ଟି ବଲ ଖେଳି ୧୧୪ ରନ୍ ସଂଗ୍ରହ କରିଥିଲେ। ଭାରତ ୧୯୩୨ରୁ ଇଂଲଣ୍ଡ ମାଟିରେ ଟେଷ୍ଟ କ୍ରିକେଟ ଖେଲୁଛି। ଏହି ୮୬ ବର୍ଷ ମଧ୍ୟରେ ଇଂଲଣ୍ଡରେ ଶତକ ହାସଲ କରିବାରେ ଋଷଭ ହେଉଛନ୍ତି ପ୍ରଥମ ଭାରତୀୟ ଓ୍ଵିକେଟକିପର। ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ୨୦୦୭ରେ ଓଭାଲରେ ୯୨ ରନ୍ ସଂଗ୍ରହ କରିଥିଲେ। ସେ ଛକା ମାରି ନିଜର ଶତକ ପୂରା କରିଥିଲେ।
୩) ହନୁମା ବିହାରୀ
/sambad/media/post_attachments/wp-content/uploads/2018/10/Hanuma-300x200.jpg)
ମଧ୍ୟକ୍ରମର ବ୍ୟାଟସ୍ମ୍ୟାନ ହନୁମା ବିହାରୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଶା ରଖିଛନ୍ତି। ହନୁମା ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବେ। ୨୪ ବର୍ଷିଅ ଏହି ଖେଳାଳି ନିଜର ପ୍ରଦର୍ପଣ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ନିଜକୁ ପ୍ରମାଣିତ କରିପାରିଛନ୍ତି। ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ(୫୬ ରନ୍) ଓ ୨ଟି ଓ୍ଵିକେଟ ନେଇଥିଲେ।
୪) ମହମ୍ମଦ ସିରାଜ
/sambad/media/post_attachments/wp-content/uploads/2018/10/Mohamad-siraj-300x199.jpg)
ଘଣ୍ଟା ପିଛା ୧୪୦ କିଲୋମିଟର ବେଗରେ ମହମ୍ମଦ ସିରାଜ ବଲ ଫିଙ୍ଗି ପାରିବାରେ ଦକ୍ଷତା ରଖିଛନ୍ତି। ସେ ୨୦ଟି ଫାଷ୍ଟ କ୍ଲାସ ମ୍ୟାଚରେ ୯୭ଟି ଓ୍ଵିକେଟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ind-1.jpg)