ଟୋକିଓ ଅଲିମ୍ପିକ: ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ହକି ଟିମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ହକି ଟିମ | ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌, ବ୍ୟାଡ୍‌ମିଣ୍ଟନ୍ ତାରକା ପି ଭି ସିନ୍ଧୁ ଓ ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ଭାରତକୁ ନିରାଶ କରିଛି ଭାରତୀୟ ହକି ଟିମ |

ପୁଲ୍ ଏ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ୭-୧ରେ ଭାରତକୁ ହରାଇଛି | ଆରମ୍ଭରୁ ହିଁ ଭାରତୀୟ ଦଳ ମ୍ୟାଚରେ ପଛରେ ପଡିଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳି ଭାରତୀୟ ଦଳକୁ ଆଗକୁ ବଢିବାର ସୁଯୋଗ ଦେଇନଥିଲେ। ଧିରେ ଧିରେ ନିଜର ସ୍କୋର ବଢ଼ାଇ ଚାଲିଥିଲା ଅଷ୍ଟ୍ରେଲିଆ | ମ୍ୟାଚ ମଝିରେ ଭାରତୀୟ ଟିମ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଟିମକୁ ମାତ ଦେଇପାରିନଥିଲେ | ଶେଷରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଟିମ ବିଜୟୀ ହୋଇଥିବା ଦେଖାଯାଇଛି |

Tokyo Olympics 2020 Live Updates
aajtak.in

ଭାରତୀୟ ହକି ଟିମ ଏପର୍ଯ୍ୟନ୍ତ ଏହି ଅଲିମ୍ପିକ୍ସରେ ୨ ଟି ମ୍ୟାଚ୍ ଖେଳିଛି | ସେଥିମଧ୍ୟରୁ ଗୋଟେ ମ୍ୟାଚ ଜିତିଥିବା ବେଳେ ଗୋଟେ ମ୍ୟାଚ ହାରିଛି |

ସମ୍ବନ୍ଧିତ ଖବର