ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଦଳ ଘୋଷିତ

ମେଲ୍‌ବର୍ନ: ଆଗାମୀ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୩ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷିତ ହୋଇଛି। ଟେଷ୍ଟ କ୍ରିକେଟର୍‌ ମିଚେଲ ମାର୍ସ, ମିଚେଲ ଷ୍ଟାର୍କ, ନାଥନ୍‌ ଲିୟନ୍‌ ଏବଂ ପିଟର ସିଡ୍‌ଲେଙ୍କ ଭଳି ଖେଳାଳିଙ୍କୁ ବାଦ୍‌ ଦେଇ କ୍ରି‌କେଟ୍‌ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ ଏବଂ ବାମହାତୀ ଦ୍ରୁତ ବୋଲର ଜାସନ୍‌ ବେ‌ରେନ୍‌ଡ୍ରଫ୍‌ଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଛି। ଘରୋଇ ଦଳ ଗୋଲ୍‌ଡକୋଷ୍ଟ, ବ୍ରିସ୍‌ବେନ୍‌, ମେଲ୍‌ବର୍ନ ଏବଂ ସିଡ୍‌ନିରେ ୪ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ।
ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କାରେ, ଅଷ୍ଟନ ଅଗର, ଜାସନ୍‌ ବେରେନ୍‌ଡ୍ରଫ୍, ନାଥନ୍‌ କୁଲ୍‌ଟର ନିଲେ, କ୍ରିସ୍‌ ଲିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ବେନ୍‌ ମ୍ୟାକଡରମଟ୍‌, ଡି ଆର୍କି ସର୍ଟ, ବିଲି ଷ୍ଟାନ୍‌ଲେକ୍‌, ମାର୍କସ୍‌ ଷ୍ଟୋଇନିସ୍‌, ଆଣ୍ଡରୁ ଟାଇ, ଆଦାମ୍‌ ଜାମ୍ପା।

ସମ୍ବନ୍ଧିତ ଖବର