ବିଶ୍ୱକପ୍‌ ୨୦୧୯: ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୫ ରନ୍‌ରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ନଟିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୦ମ ମ୍ୟାଚରେ ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୫ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାକସ୍‌ ୫ ଟି ଓ୍ଵିକେଟ ନେଇଥିବା ବେଳେ ପାଟ କୁମିନସ୍‌ ୨ଟି ଓ ଆଦାମ ଜାମ୍ପା ୧ ଓ୍ଵିକେଟ ନେଇଥିଲେ ।

ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ ବିଜୟ ଲକ୍ଷ୍ୟ ନେଇ େଓ୍ଵଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ ଟିମ୍‌ର ବିପର୍ଯ୍ୟୟ ଦେଖାଯାଇଥିଲା। ସ୍କୋର ୭ ରନ୍‌ରେ ଇଭିନ ଲୁଇସ୍‌ ଆଉଟ୍‌ ହୋଇଥିଲେ। ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମଧ୍ୟ ଅଧିକ ସମୟ ଯାଏଁ କ୍ରିଜରେ ରହିପାରି ନଥିଲେ। ଗେଲ ୧୭ଟି ବଲ ଖେଳି ୨୧ ରନ୍‌ କରିଥିଲେ। ମିଚେଲ ଷ୍ଟାକର୍ସଙ୍କ ବଲରେ ଗେଲ୍‌ ଆଉଟ୍‌ ହୋଇଥିଲେ।

ସାଇ ହୋପ ୬୮ ରନ୍‌ କରିଥିଲେ। ସେ ୧୦୫ଟି ବଲ ଖେଳି ନିଜ ସ୍କୋରରେ ୭ଟି ଚୌକା ଯୋଡ଼ିଥିଲେ। ପେଟକୁମିନସ୍‌ଙ୍କ ବଲ ଉସମାନ୍‌ ଖଓ୍ଵାଜାଙ୍କୁ କ୍ୟାଚ ଦେଇଥିଲେ। ନିକୋଲାସ ପୂରନ ୩୬ଟି ବଲ ଖେଳି ୪୦ ରନ କରିଥିବା ବେଳେ ସିମରନ ହେଟମେୟର ରନ୍‌ ଆଉଟ ହୋଇଥିଲେ। େଓ୍ଵଷ୍ଟଇଣ୍ଡିଜ ୧୯୦ ରନରେ ସାଇ ହୋପ, ୨୧୬ ରନରେ ଆନ୍ଦ୍ରେ ରସେଲ, ୨୫୨ ରନରେ କାର୍ଲେସ ବ୍ରାଥେଓ୍ଵଟ ଓ ୨୫୨ ରନରେ ଜସନ ହୋଲ୍ଡରଙ୍କୁ ହରାଇଥିଲା।

ପ୍ରଥମ ଇନିଂସରେ ଷ୍ଟିଭେନ୍‌ ସ୍ମିଥ ଏବଂ ନାଥାନ କଲଟର ନାଇଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୨୮୮ ରନ୍‌ କରିଥିଲା। ଟିମ ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୮୮ ରନ୍‌ କରିବା ପରେ େଓ୍ଵଷ୍ଟଇଣ୍ଡିଜକୁ ୨୮୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ନଟିଂହାମ୍‌ର ଟ୍ରେଣ୍ଟବ୍ରିଜ୍‌ ଷ୍ଟାଡିୟମ୍‌ରେ ଗୁରୁବାର ଟସ ଜିଣି େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। କଙ୍ଗାରୁ ଟିମ୍‌ର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଓପନର ଆରୋନ ଫିଞ୍ଚ ଓ ଡାଭିଡ ଓ୍ଵାର୍ଣ୍ଣର ୨୬ ରନ୍‌ ବେଳକୁ ଆଉଟ ହୋଇଥିଲେ। ସ୍କୋର ୧୫ ରନ୍‌ ଥିବା ବେଳେ ଫିଞ୍ଚ େଓ୍ଵଷ୍ଟଇଣ୍ଡିଜର ପ୍ରଥମ ଶିକାର ହୋଇଥିଲେ। ସ୍କୋର ୩୬ ରନ୍‌ରେ ଅଷ୍ଟ୍ରେଲିଆ ଉସମାନ ଖାଓ୍ଵଜାଙ୍କୁ ହରାଇଥିଲା। ମେକ୍ସେଓ୍ଵଲ ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ଟିମ୍‌ ସ୍କୋର ୩୮ ରନ୍‌ରେ ସେ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ଅଷ୍ଟ୍ରେଲିଆ ୭୯ ରନ୍‌ରେ ମାର୍କସ ଷ୍ଟେଇନିସ ଓ ୧୪୭ ରନ୍‌ରେ ଆଲେକ୍ସ କେରିଙ୍କୁ ହରାଇଥିଲା।

ଅଷ୍ଟ୍ରେଲିଆ ସ୍କୋର
ଡାଭିଡ ଓ୍ଵାର୍ଣ୍ଣର: କ-ହେଟମେୟର-ବୋ-କଟଟ୍ରେଲ, ୩ ରନ, ୮ ବଲ
ଆରୋନ ଫିଞ୍ଚ: କ-ସାଇ ହୋପ-ବୋ-ଥୋମାସ, ୬ ରନ, ୧୦ ବଲ
ଉସମାନ ଖାଓ୍ଵଜା: କ-ହୋପ-ବୋ- ରସେଲ, ୧୩ ରନ, ୧୯ ବଲ, ୨ ଚୌକା
ଷ୍ଟିଭେନ ସ୍ମିଥ: କ-କଟଟ୍ରେଲ-ବୋ-ଥୋମାସ, ୭୩ ରନ, ୧୦୩ ବଲ, ୭ ଚୌକା
ଗ୍ଲେନ ମେକ୍ସେଓ୍ଵଲ: କ-ହୋପ-ବୋ-କଟଟ୍ରେଲ, ୦ ରନ, ୨ ବଲ
ମାର୍କସ ଷ୍ଟେଇନିସ: କ-ପୋରନ-ବୋ-ହୋଲଡର, ୧୯ ରନ, ୨୩ ବଲ, ୪ ଚୌକା
ଆଲେକ୍ସ କେରି: କ-ହୋପ-ରସେଲ, ୪୫ ରନ, ୫୫ ବଲ, ୭ ଚୌକା
ନାଥନ ନାଇଲ: କ-ହୋଲଡର-ବୋ-ବ୍ରାଥେଓ୍ଵଟ୍‌, ୯୨ ରନ, ୬୦ ବଲ, ୮ ଚୌକା, ୪ ଛକା
ପେଟ କମ୍ବିନସ୍‌: କ-କଟଟ୍ରେଲ-ବୋ-ବ୍ରାଥେଓ୍ଵଟ୍‌, ୨ ରନ୍‌, ୬ ବଲ, ୧ ଚୌକା
ମିଚେଲ ଷ୍ଟାକର୍ସ: କ-ହୋଲଡର-ବୋ-ବ୍ରାଥେଓ୍ଵଟ୍‌, ୮ ରନ, ୯ ବଲ, ୧ ଚୌକା
ଆଦାମ ଜାମ୍ପା: ଅପରାଜିତ ୦ ରନ୍‌, ୦ ବଲ୍‌
ଅତିରିକ୍ତ: ୨୭ ରନ୍‌ (ବାଏ ୧, ଲେଗବାଏ ୧, ଓ୍ଵାଇଡ ୨୪, ନୋ ୧)
ମୋଟ: ୨୮୮ ରନ୍‌ (୧୦ ଓ୍ଵିକେଟ୍‌, ୪୯ଓଭର)

ସମ୍ବନ୍ଧିତ ଖବର