ନଟିଂହାମ୍: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ର ୨୬ତମ ମ୍ୟାଚ୍ରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ୪୮ ରନ୍ରେ ବିଜୟୀ ହୋଇଛି। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୩୮୨ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୩୩୩ ରନ୍ କରିଛି।
ଟିମକୁ ସୌମ୍ୟ ସରକାର ଆଉଟ୍ ହେବା ପରେ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୨୩ ରନ୍ରେ ସୌମ୍ୟ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ ଭାବେ ବାଂଲାଦେଶ ସାକିବୁଲ ହାସନଙ୍କୁ ୧୦୨ ରନ୍ରେ ହରାଇଥିବା ବେଳେ ସ୍କୋର ୧୪୪ ରନ୍ରେ ତମିମ ଇକବାଲ ଆଉଟ୍ ହୋଇଥିଲେ। ସ୍କୋର ୧୭୫ ରନ୍ରେ ଲିଟନ ଦାସ ଆଉଟ୍ ହୋଇ ପାଭଲିଅନ ଫେରିଥିଲେ।
ବାଂଲାଦେଶ ସ୍କୋରବୋର୍ଡ
ତମିମ ଇକ୍ବାଲ: ବୋ-ମିଚେଲ ଷ୍ଟାକର୍ସ, ୬୨ ରନ୍, ୭୪ ବଲ, ୬ ଚୌକା
ସୌମ୍ୟ ସରକାର: ରନ ଆଉଟ୍ (ଫିଞ୍ଚ), ୧୦ ରନ୍, ୮ ବଲ, ୨ ଚୌକା
ସାକିବୁଲ ହାସନ୍: କ-ଓ୍ଵାର୍ଣ୍ଣର-ବୋ-ଷ୍ଟୋଇନିସ, ୪୧ ରନ, ୪୧ ବଲ, ୪ ଚୌକା
ମୁସଫିକର ରହିମ: ୧୦୨ ରନ୍ ୯୭ ବଲ୍ ୯ ଚଉକା, ୧ ଛକା
ଲିଟନ ଦାସ: ଏଲବିଡବ୍ଲୁ-ବୋ-ଜାମ୍ପା, ୨୦ ରନ, ୧୭ ବଲ, ୩ ଚୌକା
ମହମଦଦୁଲ୍ଲା: ୬୯ ରନ୍ ୫୦ ବଲ ୫ ଚଉକା, ୩ ଛକା
ସବୀର ରହମାନ: ୦ ରନ୍ ୧ ବଲ୍
ମେହେନ୍ଦୀ ହାସନ: ୬ ରନ୍ ୭ ବଲ୍
ମୁସାରଫ ମୋର୍ତ୍ତାଜା: ୬ ରନ୍ ୫ ବଲ୍
ରୁବେଲ ହୁସେନ:
ମୁସ୍ତାଫିଜୁର ରହମାନ:
ଅତିରିକ୍ତ: ()
ମୋଟ: ()
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଖେଳାଳିମାନେ ରନ୍ ବର୍ଷା କରିଥିଲେ। ଓପନର ଡେଭିଡ ଓ୍ଵାର୍ଣ୍ଣର, ଆରୋନ୍ ଫିଞ୍ଚ ଓ ଉସ୍ମାନ ଖଓ୍ଵାଜା ବିସ୍ଫୋରକ ବ୍ୟାଟିଂ କରିଥିଲେ। ନଟିଂହାମ୍ସ୍ଥିତ ଟ୍ରେଣ୍ଟବ୍ରିଜ୍ ଷ୍ଟାଡିୟମ୍ରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍ ଆରମ୍ଭରୁ ଧୈର୍ଯ୍ୟର ସହିତ ଖେଳିଥିଲା ଏବଂ ପ୍ରଥମ ଓ୍ଵିକେଟ୍ରେ ୧୨୧ ରନ୍ ଯୋଡ଼ିଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୮୧ ରନ୍ ସଂଗ୍ରହ କରିବା ପରେ ବାଂଲାଦେଶକୁ ବିଜୟ ପାଇଁ ୩୮୨ ରନ୍ ଟାର୍ଗେଟ ମିଳିଥିଲା।
ଆରୋନ୍ ଫିଞ୍ଚ ଆଉଟ୍ ହେବା ପରେ ଡେଭିଡ ଓ୍ଵାର୍ଣ୍ଣର ଓ ଉସମାନ୍ ଖଓ୍ଵାଜା ଦ୍ୱିତୀୟ ଓ୍ଵିକେଟ୍ରେ ୧୯୨ ରନ୍ ଭାଗିଦାରୀ ହୋଇପାରିିଥିଲେ। ବାଂଲାଦେଶର ୬ ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ ସୌମ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟସ୍ମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲେ। ସୌମ୍ୟ ସରକାର ଓପନର ସମେତ ଉସମାନ ଖଓ୍ଵାଜାଙ୍କୁ ଆଉଟ୍ କରିଥିଲେ। ଅଷ୍ଟ୍ରେଲିଆ ମାତ୍ର ୩ ରନ୍ (୩୫୨ରୁ ୩୫୪ ରନ୍ ମଧ୍ୟରେ)ରେ ୩ ଜଣ ଖେଳାଳି (ମେକ୍ସେଓ୍ଵଲ, ଖଓ୍ଵାଜା ଓ ସ୍ମିଥ)ଙ୍କୁ ହରାଇଥିଲା।
ଅଷ୍ଟ୍ରେଲିଆ ସ୍କୋରବୋର୍ଡ
ଆରୋନ ଫିଞ୍ଚ: କ-ରୁବେଲ-ବୋ-ସୌମ୍ୟ, ୧୬୬ ରନ୍, ୧୪୭ ବଲ, ୧୪ ଚୌକା, ୫ ଛକା
ଡାଭିଡ ଓ୍ଵାର୍ଣ୍ଣର: କ-ରୁବେଲ-ବୋ-ସୌମ୍ୟ, ୫୩ ରନ, ୫୧ ବଲ, ୯ ଚୌକା, ୨ ଛକା
ଉସ୍ମାନ ଖଓ୍ଵାଜା: କ-ରଶ୍ମୀ-ବୋ-ସୌମ୍ୟ, ୮୯ ରନ, ୭୨ ବଲ, ୧୦ ଚୌକା
ଗ୍ଲେନ ମେକ୍ସେଓ୍ଵଲ: ରନ ଆଉଟ (ରୁବେଲ), ୩୨ ରନ, ୧୦ ବଲ, ୨ ଚୌକା, ୩ ଛକା
ମାର୍କସ ଷ୍ଟେଇନିସ୍: ଅପରାଜିତ, ୧୭ ରନ, ୧୧ ବଲ, ୨ ଚୌକା
ଷ୍ଟିଭେନ ସ୍ମିଥ: ଏଲବିଡବ୍ଲୁ-ମୁସ୍ତାଫିଜୁର, ୧ରନ୍, ୨ ବଲ
ଆଲେକ୍ସ କ୍ୟାରି: ଅପରାଜିତ ୧୧ ରନ, ୮ ବଲ, ୧ ଚୌକା
ଅତିରିକ୍ତ: ୧୨ ରନ୍ (ବାଏ ୧, ଲେଗ ବାଏ ୫, ଓ୍ଵାଇଡ ୫, ନୋ୧)
ମୋଟ୍: ୩୮୧ ରନ୍ (୫ ଓ୍ଵିକେଟ୍, ୫୦ ଓଭର)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Australia-vs-Bangladesh-Head-to-Head-Record-784x441.jpg)