ସିଡନୀ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ହାରିବା ପଛରେ ୫ ମୁଖ୍ୟ କାରଣ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଶନିବାର ୪ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୩୪ ରନ୍‌ରେ ପରାସ୍ତ ହୋଇଛ। ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ଶତକ ଓ ପୂର୍ବତନ ଅଧିନାୟକ ଅର୍ଦ୍ଧଶତକ କଙ୍ଗାରୁ ଦଳକୁ ଲକ୍ଷ୍ୟଭେଦ କରି ପାରି ନାହିଁ। ଟସ୍‌ ଜିଣି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ପରେ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଓ ଖଲିଲ ଅହମଦ ଭଲ ଭୋଲିଂ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୫୦ ରନ କରିବା ପୂର୍ବରୁ ୨ ଓପନର ଦ୍ୱୟଙ୍କୁ ହରାଇ ସାରିଥିଲା। ମାତ୍ର ତୃତୀୟ ଓ୍ଵିକେଟରେ ଅଷ୍ଟ୍ରେଲିଆ ମଜବୁତ ଭାଗିଦାରି ବଳରେ ସ୍କୋର ୨୮୮ ରନ୍‌ କରିଥିଲା। ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ୩୪ ରନ୍‌ରେ ପରାସ୍ତ ହୋଇଥିଲା।

ଟିମ୍‌ ଇଣ୍ଡିଆ ହାରିବା ପଛରେ ମୂଳ କାରଣ:

କ) ଆରମ୍ଭରୁ ଧୀମା ଗତିରେ ବ୍ୟାଟିଂ: ୪ ରନ୍‌ ମଧ୍ୟରେ ୩ ଓ୍ଵିକେଟ ହରାଇବା
ଖ) ଇନିଂସ ଆରମ୍ଭରୁ ଚାପଗ୍ରସ୍ତ: ୧୦ ଓଭରରେ ୨୧ ରନ, ୧୫ଓଭରରେ ସ୍କୋର ୪୪ ରନ୍‌, ୨୦ ଓଭରରେ ୬୮ ରନ୍‌ ଓ ୨୫ ଓଭରରେ ୯୯ ରନ୍‌
ଗ) ରୋହିତ-ଧୋନିଙ୍କ ମଂଥର ବ୍ୟାଟିଂ: ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ ବି ଉଭୟ ଖେଳାଳି ଆରମ୍ଭରୁ ମଂଥର ଗତିରେ ଖେଳିଥିଲେ
ଘ) ସ୍ପିନରଙ୍କ ପ୍ରଭାବହୀନ ବୋଲିଂ
ଙ) ଶେଷ ୧୦ ଓଭରରେ ଅଷ୍ଟ୍ରେଲିଆର ସ୍କୋର ୯୯ ରନ।

ସମ୍ବନ୍ଧିତ ଖବର