ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ମହିଳା ଦଳ ଘୋଷିତ

ଲାନିଙ୍ଗ୍‌ ଫେରିଲେ, ମୋଲିନୁକ୍ସ ଓ କାରେ ନୂଆ ମୁହଁ

ମେଲ୍‌ବର୍ନ: ପ୍ରାୟ ୭ ମାସ ଧରି ବାହାରେ ରହିବା ପରେ ମେଗ୍‌ ଲାନିଙ୍ଗ୍‌ ଅଷ୍ଟ୍ରେଲିଆ ମହିଳା ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ବୁଧବାର ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ମହିଳା ଦଳ ଘୋଷିତ ହୋଇଥିଲା ବେଳେ ଲାନିଙ୍ଗ୍‌ ଉଭୟ ଦିନିକିଆ ଓ ଟେ୍ଵଣ୍ଟି-୨୦ ଦଳର ନେତୃତ୍ୱ ନେବେ। ଲାନିଙ୍ଗ୍‌ ଦଳକୁ ଫେରିଥିଲା ବେଳେ ଭାରତ ଗସ୍ତ ପାଇଁ ଘୋଷିତ ଦଳରେ ଅଲ୍‌ରାଉଣ୍ଡର ସୋଫି ମୋଲିନୁକ୍ସ ଓ ନିକୋଲା କାରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ଦଳ ମାର୍ଚ ୩ ତାରିଖରେ ଭାରତ ପହଞ୍ଚିବ। ମୁମ୍ବାଇରେ ମାର୍ଚ ୬ ଓ ୮ ତାରିଖରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳି ଦିନିକିଆ ଶୃଙ୍ଖଳା ଖେଳିବାକୁ ଭଦୋଦରା ଯାତ୍ରା କରିବ। ମାର୍ଚ ୧୨ରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବା ପରେ ପୁଣି ଥରେ ମୁମ୍ବାଇ ଫେରି ଭାରତ ଓ ଇଂଲଣ୍ଡ ସହ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବ।

ଦିନିକିଆ ଦଳ: ମେଗ୍‌ ଲାନିଙ୍ଗ୍‌ (ଅଧିନାୟିକା), ରାଚେଲ୍‌ ହେନ୍‌ସ (ଉପଅଧିନାୟିକା), ନିକୋଲେ ବୋଲ୍‌ଟନ୍‌, ନିକୋଲା କାରେ, ଆସ୍‌ଲେ ଗାର୍ଡନର୍‌, ଆଲିସା ହିଲି (ଓ୍ଵିକେଟ୍‌ରକ୍ଷିକା) ଜେସ୍‌ ଜୋନାସେନ୍‌, ସୋଫି ମୋଲିନୁକ୍ସ, ବେଥ୍‌ ମୁନି, ଏଲିସେ ପେରି, ମେଗାନ୍‌ ସ୍କୁଟ୍‌, ବେଲିନ୍ଦା ଭାକେରେଓ୍ଵା, ଏଲିସେ ଭିଲାନି ଓ ଅମନ୍ଦା ଜାଡେ େଓ୍ଵଲିଂଟନ୍‌।

ଟେ୍ଵଣ୍ଟି-୨୦ ଦଳ: ମେଗ୍‌ ଲାନିଙ୍ଗ୍‌ (ଅଧିନାୟିକା), ରାଚେଲ୍‌ ହେନ୍‌ସ (ଉପଅଧିନାୟିକା), ନିକୋଲା କାରେ, ଆସ୍‌ଲେ ଗାର୍ଡନର୍‌, ଆଲିସା ହିଲି (ଓ୍ଵିକେଟ୍‌ରକ୍ଷିକା) ଜେସ୍‌ ଜୋନାସେନ୍‌, ଡେଲିସା କିମିନ୍‌ସେ, ସୋଫି ମୋଲିନୁକ୍ସ, ବେଥ୍‌ ମୁନି, ଏଲିସେ ପେରି, ମେଗାନ୍‌ ସ୍କୁଟ୍‌, ନାଓମି ଷ୍ଟାଲେନ୍‌ବର୍ଗ, ଏଲିସେ ଭିଲାନି ଓ ଅମନ୍ଦା ଜାଡେ େଓ୍ଵଲିଂଟନ୍‌।

ସମ୍ବନ୍ଧିତ ଖବର