ନୂଆଦିଲ୍ଲୀ: କରୋନାଭୂତାଣୁ ମହାମାରୀ କେବଳ ଯେ କ୍ରୀଡ଼ା ଜଗତକୁ ରୋକି ଦେଇଛି ତା’ ନୁହେଁ, ଏଥିସହିତ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ବିବାହକୁ ମଧ୍ୟ ସ୍ଥଗିତ କରିବାକୁ ବାଧ୍ୟ ହୋଇଛି। ଅଷ୍ଟ୍ରେଲୀୟ କ୍ରିକେଟରମାନେ କ୍ରିକେଟ ଋତୁର ଶେଷ ହେବା ପରେ ଅର୍ଥାତ୍ ଏପ୍ରିଲ ମାସବେଳକୁ ବିବାହ କରିଥାନ୍ତି। କିନ୍ତୁ ପାଖାପାଖି ୮ଜଣ ଅଷ୍ଟ୍ରେଲୀୟ ଖେଳାଳି ସେମାନଙ୍କ ବିବାହକୁ ଏବେ ବାତିଲ କରିଥିବା ଜଣାପଡ଼ିଛି। ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା, ଦ୍ରୁତ ବୋଲର ଜାକସନ୍ ବିର୍ଡ, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡାର୍କି ସର୍ଟ, ମିଚେଲ ସ୍ବେପ୍ସନ, ଆଲିଷ୍ଟର ମ୍ୟାକଡେର୍ମୋଟ, ଆଣ୍ଡ୍ରୁ ଟାଏ, ଜେସ୍ ଜୋନାସନ୍ ଓ କାଟେଲିନ୍ ଫ୍ରେଟ୍ ସେମାନଙ୍କ ବିବାହକୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଲିଜେଲ୍ ଲି ଓ ତାଞ୍ଜା କ୍ରଞ୍ଜି ପାଖାପାଖି ସାଢେ ୪ ବର୍ଷ ଏକାଠି ରହିଆସୁଥିଲେ ବି ଆସନ୍ତା ଏପ୍ରିଲ ୧୦ ତାରିଖରେ ସେମାନେ ବିବାହ କରିବେ ବୋଲି ଶୁଣାଯାଉଥିଲା। କିନ୍ତୁ ସେମାନେ ମଧ୍ୟ ତାଙ୍କ ବିବାହକୁ ବାତିଲ କରିଛନ୍ତି। ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ପ୍ରେମିକା ବିନି ରମଣଙ୍କ ସହ ନିର୍ବଦ୍ଧ କରିବା ବିଷୟରେ ଗତମାସରେ ଘୋଷଣା କରିଥିଲେ। ଆଇପିଏଲ୍ର ଦାମି ବିଦେଶୀ ଖେଳାଳି ତଥା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ୍ କମିନ୍ସ ଇଂଲଣ୍ଡର ବିକି ବୋଷ୍ଟନଙ୍କ ସହ ନିର୍ବନ୍ଧ କରିଛନ୍ତି। କିନ୍ତୁ ବିବାହ ତାରିଖ ବିଷୟରେ କୌଣସି ଘୋଷଣା କରିନଥିବା ଜଣାପଡ଼ିଛି।
କରୋନା ଯୋଗୁଁ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ବିବାହ ବାତିଲ
/sambad/media/post_attachments/wp-content/uploads/2020/04/download-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)