ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପନ୍‌

ଭିଏନା: ରେଡ୍‌ବୁଲ୍‌ ଚାଳକ ମ୍ୟାକ୍ସ ଭର୍ସ୍ତ‌ାପନ୍‌ ରବିବାର ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି ଜିତି ନେଇଛନ୍ତି। ଏହି ନେଦରଲାଣ୍ଡ ତାରକା ୧:୨୨:୦୧.୮୪୦ ଘଣ୍ଟା ସମୟ ନେଇ ଫେରାରିର ମୋନାର୍କ ଚାଳକ ଚାର୍ଲେସ ଲେକଲର୍କଙ୍କୁ ପଛରେ ପକାଇ ମୁକୁଟ କରାୟତ କରିଥିଲେ। ତେବେ ୫ ଥର ବିଶ୍ବବିଜେତା ବ୍ରିଟେନ୍‌ର ମର୍ସିଡିଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ଖରାପ ପ୍ରଦର୍ଶନ ସହ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥି‌ଲେ। ମର୍ସିଡିଜ୍‌ର ଭାଲଟେରି ବୋଟ୍ଟାସ ତୃତୀୟ ଏବଂ ଫେରାରିର ସେବାସ୍ତିଆନ୍‌ ଭେଟେଲ ଚତୁର୍ଥ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର