ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍୍ଏଲ୍)ରେ ଭାରତୀୟ ମହିଳା ଦଳର ପରାଜୟ ଧାରା ଲମ୍ବି ଚାଲିଥିଲା ବେଳେ ପୁରୁଷ ଦଳ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଛି। ପୂର୍ବରୁ ଦୁଇଟି ମ୍ୟାଚ୍ ହାରିଥିବା ମହିଳା ଦଳ ସୋମବାର ୧-୩ ଗୋଲ୍ରେ ସଦର୍ନ ସନ୍ସଠୁ ହାରି ପରାଜୟରେ ହ୍ୟାଟ୍ରିକ୍ କରିଛି। ତେବେ ପ୍ରଥମ ମ୍ୟାଚ୍ ଜିତିଥିବା ପୁରୁଷ ଦଳ ଦ୍ୱିତୀୟରେ ହାରିଥିଲା ବେଳେ ତୃତୀୟ ମ୍ୟାଚ୍କୁ ୧-୧ରେ ନର୍ଦର୍ନ ଟେରିଟୋରି ସହ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଛି।
ଭାରତୀୟ ପୁରୁଷ ଦଳର ମହମ୍ମଦ ଉମର ଷଷ୍ଠ ମିନିଟ୍ରେ ଗୋଲ୍ ଦେଇ ପ୍ରଥମ କ୍ୱାର୍ଟର୍ରେ ଦଳକୁ ଆଗୁଆ ରଖିଥିଲେ। ଦ୍ୱିତୀୟ କ୍ୱାର୍ଟର୍ରେ ଅର୍ମାନ୍ କ୍ୟୁରେସି ଏବଂ ଅଫାନ ୟୁସୁଫ୍ ଗୋଲ୍ ଦେବା ଦ୍ୱାରରେ ପହଞ୍ଚିଥିଲେ ମଧ୍ୟ ବିଫଳ ହୋଇଥିଲେ। ତୃତୀୟ କ୍ୱାର୍ଟର୍ରେ ନର୍ଦନ ଦଳ ନିଜର ରଣନୀତି ବଦଳାଇ ଥିଲା। ଭାରତୀୟ ଦଳର ରକ୍ଷଣଭାଗକୁ ଭେଦି ଆଦ୍ରିଆନ୍ ଲକ୍ଲେ ୩୪ ମିନିଟ୍ରେ ଗୋଲ୍ ଦେଇ ସ୍ଥିତି ୧-୧ରେ ପହଞ୍ଚାଇଥିଲେ। ଶେଷ କ୍ୱାର୍ଟର୍ରେ ଭାରତ ଗୋଲ୍ ଦେବା ଲାଗି ଆକ୍ରମଣ କରିଥିଲେ ମଧ୍ୟ ସକ୍ଷମ ହୋଇନଥିଲା। ଫଳରେ ମ୍ୟାଚ୍ ଅମୀମାଂସିତ ରହିଥିଲା। ପୁରୁଷ ଦଳ ମଙ୍ଗଳବାର କାନବେରା ଲାକର୍ସକୁ ଏବଂ ମହିଳା ଦଳ ତାସିଏ ଭାନ୍ ଡେମନ୍ସକୁ ଭେଟିବ।
ଅଷ୍ଟ୍ରେଲିଆ ହକି ଲିଗ୍: ମ୍ୟାଚ୍ ଅମୀମାଂସିତ ରଖିଲା ଭାରତ
/sambad/media/post_attachments/wp-content/uploads/2017/10/26india-womens2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)