ପର୍ଥ: ଭାରତୀୟ ମହିଳା ଦଳ ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍୍ଏଲ୍)ରେ ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଶନିବାର ପୁଲ୍-ଡିର ଅନ୍ତିମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୦-୨ ଗୋଲ୍ରେ ଅଷ୍ଟ୍ରେଲିଆନ୍ କ୍ୟାପିଟାଲ ଟେରିଟୋରି ନିକଟରୁ ହାରିଗଲା। ଭାରତ ବିପକ୍ଷରେ ଦୁଇଟିଯାକ ଗୋଲ୍ ଜେସିକା ସ୍ମିଥ୍ (୧୮ ଓ ୫୩ ମିନିଟ୍) ଦେଇଥିଲେ। ଭାରତ ପୂରା ମ୍ୟାଚ୍ରେ ୪ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଟିଏ ହେଲେ ଗୋଲ୍ କରିବାକୁ ସପର୍ଥ ହୋଇନଥିଲା। ମହିଳା ଦଳର ନୈରାଶ୍ୟଜନକ ଗସ୍ତ ଶେଷ ହୋଇଥିଲା ବେଳେ ଭାରତୀୟ ପୁରୁଷ ଦଳ ଆସନ୍ତାକାଲି ତୃତୀୟ ସ୍ଥାନ ପାଇଁ ନ୍ୟୁ ସାଉଥ୍ େଓ୍ଵଲ୍ସ ସହ ମୁକାବିଲା କରିବ।
ଏଏଚ୍ଏଲ୍: ଭାରତ ମହିଳା ଦଳକୁ ନବମ ସ୍ଥାନ
/sambad/media/post_attachments/wp-content/uploads/2017/10/download-2-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)