ପର୍ଥ: ଅଷ୍ଟ୍ରେଲିଆନ୍ ହକି ଲିଗ୍ (ଏଏଚ୍୍ଏଲ୍)ରେ ଶୁକ୍ରବାରଠୁ ଭାରତୀୟ ପୁରୁଷ ଏବଂ ମହିଳା ଏ’ ଦଳ ନିଜ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଦଳ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ଏବଂ ମହିଳା ଦଳ ଉଭୟ ମ୍ୟାଚ୍ ହାରି ପଏଣ୍ଟ୍ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ପୁରୁଷ ଦଳ ୪-୧ ଗୋଲ୍ରେ ପଶ୍ଚିମ ଅଷ୍ଟ୍ରେଲିଆକୁ ହରାଇ ଭଲ ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ଦଳ ୦-୧ ଗୋଲ୍ରେ ନ୍ୟୁ ସାଉଥ୍ େଓ୍ଵଲ୍ସଠୁ ହାରିଯାଇଥିଲା। ମହିଳା ଦଳ ଭିକ୍ଟୋରିଆ ବିପକ୍ଷରେ ପ୍ରଥମ ମ୍ୟାଚ୍କୁ ୧-୩ ଗୋଲ୍ରେ ହାରିଯାଇଥିଲା ବେଳେ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁ ସାଉଥ୍ େଓ୍ଵଲ୍ସଠାରୁ ୦-୭ ଗୋଲ୍ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିଥିଲା।
ଅଷ୍ଟ୍ରେଲିଆନ୍ ହକି ଲିଗ୍: ଭାରତ ପୁରୁଷ ଓ ମହିଳା ହାରିଲେ
/sambad/media/post_attachments/wp-content/uploads/2017/10/hh.jpg)