ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ସମର୍ଥନ କରିବେ ଅଷ୍ଟ୍ରେଲିଆ ଟିମ୍‌ର ପ୍ରଶଂସକ

ନୂଆଦିଲ୍ଲୀ: ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ବିଶ୍ୱକପ୍‌ (ଆଇସିସି ବିଶ୍ୱକପ୍‌ ୨୦୧୯)ରେ ଅଭିଯାନ ଶେଷ କରିସାରିଛି। ବିଜୟର ଦ୍ୱାର ଦେଶରେ ଥାଇ ମଧ୍ୟ ଚଳିତ ବିଶ୍ୱକପରେ ୨ୟ ସେମିଫାଇନାଲରେ ଇଂଲଣ୍ଡ ଠାରୁ ଗୁରୁବାର ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ମ୍ୟାଚ୍‌ ହାରିଯିବା ପରେ ତା’ର ପ୍ରଶଂସକ ମାନେ ଭାଙ୍ଗି ପଡ଼ିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଯେତେ ଥର ହାରିଛି, ପ୍ରଶଂସକମାନେ ଏତେ ଭାଙ୍ଗିପଡ଼ି ନଥିଲେ। ଏଥର କିନ୍ତୁ ଏତେ ଦୁଃଖ ପ୍ରକାଶ କରିବାର କାରଣ ଥିଲା ନିଜର ୧୪୨ ବର୍ଷ ଶତ୍ରୁ ଟିମ୍‌ ଠାରୁ କଙ୍ଗାରୁ ଦଳ ପରାସ୍ତ ହୋଇଛି। ତେଣୁ ଅଷ୍ଟ୍ରେଲିଆ ଟିମ୍‌ର ପ୍ରଶଂସକମାନେ ଆଶୀର୍ବାଦ ମାଗୁଛନ୍ତି ଯେ, ଫାଇନାଲରେ ଇଂଲଣ୍ଡ ହାରି ଯାଉ। ଫାଇନାଲ ମ୍ୟାଚରେ ଏହି ପ୍ରଶଂସକମାନେ ନ୍ୟୁଜିଲାଣ୍ଡକୁ ସମର୍ଥନ କରିବେ।

ଆୟୋଜକ ଇଂଲଣ୍ଡ ବିଶ୍ୱକପ ୨୦୧୯ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟରେ ପରାସ୍ତ କରିବା ପରେ ଫାଇନାଲରେ ପହଞ୍ଚିଛି। ଏବେ ଇଂଲଣ୍ଡର ଲଡର୍ସରେ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ। ସମସ୍ତେ ଜାଣିଛନ୍ତି ଯେ, ନ୍ୟୁଜିଲାଣ୍ଡ ହେଉଛି ଅଷ୍ଟ୍ରେଲିଆର ପଡୋଶୀ। ଫଳରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରିକେଟ୍‌ ଠାରୁ ଆରମ୍ଭ କରି ରଗ୍‌ବୀ ଓ ଅନ୍ୟ ଖେଳରେ ପ୍ରତିଯୋଗିତା ଲାଗି ରହିଥାଏ।

ସମ୍ବନ୍ଧିତ ଖବର