ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ରେସିକୋଭା-ମେକ୍‌ଟିକ୍ ଜିତିଲେ ମିଶ୍ରିତ ଯୁଗଳ ଟ୍ରଫି

ମେଲ୍‌ବର୍ନ: ଚେକ୍‌ ଗଣରାଜ୍ୟର ବାର୍ବୋ‌ରା କ୍ରେସିକୋଭା ଓ କ୍ରୋଏସିଆର ନିକୋଲା ମେକ୍‌ଟିକ୍‌ ଚଳିତ ବର୍ଷର ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳ ଟ୍ରଫି ଜିତି ନେଇଛନ୍ତି। ଏହି ପଞ୍ଚମ ମାନ୍ୟତାପ୍ରାପ୍ତ ଚେକ୍‌-କ୍ରୋଏସିଆ ଯୋଡ଼ି ଶନିବାର ଫାଇନାଲରେ ୟୁଏସ୍‌ ଓପନ୍‌ ବିଜେତା ବ୍ରିଟେନ୍‌ର ଜାମି ମରେ ଓ ଆମେରିକାର ବେଥାନି ମାଟେକ୍‌ ସାଣ୍ଡ୍‌ସଙ୍କୁ ୫-୭ ଓ ୬-୪ ଓ ୧୦-୧ ସେଟ୍‌ରେ ପରାସ୍ତ କରିଦେଇଥିଲେ। କ୍ରେସିକୋଭା ଏହି ଟ୍ରଫି ବଜାୟ ରଖିଥିଲା ବେଳେ ତାଙ୍କ ସାଥୀ ମେକ୍‌ଟିକ୍‌ ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି କରାୟତ କରିଥିଲେ। ଗତବର୍ଷ ଆମେରିକାର ରାଜୀବ ରାମଙ୍କୁ ସାଥୀ କରି କ୍ରେସିକୋଭା ଏଠାରେ ମିଶ୍ରିତ ଯୁଗଳ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର