ମେସିଙ୍କ ବିଶ୍ବକପ୍‌ ସାର୍ଟ ପାଇ ଅଷ୍ଟ୍ରେଲୀୟ ଖେଳାଳି ଖୁସି

ଦୋହା: ଅଷ୍ଟ୍ରେଲୀୟ ମିଡ୍‌ଫିଲ୍ଡର କାମେରନ ଡେଭଲିନ୍‌ ଚଳିତ ଫିଫା ବିଶ୍ବକପ୍‌ରେ ଗୋଟିଏ ମିନିଟ୍‌ ବି ଖେଳିବାର ସୁଯୋଗ ପାଇନଥିଲେ। ‌ହେଲେ ରାଉଣ୍ଡ ୧୬ ମ୍ୟାଚ୍‌ ପରେ ଡେଭଲିନ୍‌ ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ ମେସିଙ୍କ ସହ ଜର୍ସି ଅଦଳବଦଳ କରିବାର ସୌଭାଗ୍ୟ ପାଇଥିଲେ। ଏହି ଜର୍ସି ତାଙ୍କ ପାଇଁ ବଡ଼ ଉପହାର ହୋଇଛି।

ଏହି ବଡ଼ ଉପହାର ପାଇ ଖୁସିର ସହ କାତାର ଛାଡ଼ିଛନ୍ତି ଡେଭଲିନ୍‌। ‘‘ପ୍ରିକ୍ବାର୍ଟରଫାଇନାଲ୍‌ରେ ଆର୍ଜେଣ୍ଟିନାଠୁ ଆମ ଦଳ ହାରିବା ‌ପରେ ମୁଁ ପଡ଼ିଆକୁ ଯାଇ ପ୍ରଥମେ ଆମ ଖେଳାଳିଙ୍କ ସହ ହାତ ମିଳାଇଥିଲି। ଏହାପରେ ମେସିଙ୍କ ସହ ହାତ ମିଳାଇଥିଲି। ଡ୍ରେସିଂ ରୁମ୍‌ରେ ତାଙ୍କ ସହ ଦେଖା ହେବା ପରେ ଜର୍ସି ଅଦଳବଦଳ ପାଇଁ କହିଥିଲି। ସେ ଏଥିରେ ରାଜି ହୋଇ ମୋତେ ତାଙ୍କ ଜର୍ସି ଦେଇଥିଲେ। ଏହାକୁ ପାଇ ମୁଁ ବହୁତ ଖୁସି’’ ବୋଲି କହିଛନ୍ତି ଡେଭଲିନ୍‌।

 

ସମ୍ବନ୍ଧିତ ଖବର