ଭାରତ ପାଇଁ ଅଷ୍ଟ୍ରେଲୀୟଙ୍କ କୋଭିଡ୍‌ ପାଣ୍ଠି

ମୁମ୍ବାଇ : ଭାରତରେ ଲାଗି ରହିଥିବା କୋଭିଡ୍‌ ମହାମାରୀ ପରିସ୍ଥିତି ପାଇଁ ଅଷ୍ଟ୍ରେଲୀୟ କ୍ରିକେଟର୍‌ମାନେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଶୀର୍ଷସ୍ତରର ‌ଦ୍ରୁତ ବୋଲର ପ୍ୟାଟ୍ କମିନ୍ସମିଚେଲ୍‌ ଷ୍ଟାର୍କ, ଜୋସ୍ ହାଜେଲଉଡ୍‌ ଏବଂ ସ୍ପିନର୍‌ ନାଥନ୍ ଲାୟନ୍‌ ମିଳିତ ଭାବେ ୧୨ ଘଣ୍ଟିଆ ଗେମିଂ ଲାଇଭ୍ ଷ୍ଟ୍ରିମ୍ କରି ଏହି ଅର୍ଥ ସଂଗ୍ରହ କରିବା ଯୋଜନା କରିଛନ୍ତି। ଏମାନେ ମୋଟ ୧,୦୦,୦୦୦ ଅଷ୍ଟ୍ରେଲୀୟ ଡଲାର୍‌ ପାଣ୍ଠି ସଂଗ୍ରହ କରିବେ ବୋଲି ଆଶା ରଖିଛନ୍ତି। ଏଥିରେ ମୋଜେସ୍‌ ହେନରିକ୍ସ, ମହିଳା କ୍ରିକେଟର୍‌ ଆଲିସା ହିଲି ଏବଂ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍‌ ରିଲି ରୋସେୟୁ ମଧ୍ୟ ସାମିଲ ହେବେ। ଭାରତ ସହ ସମ୍ପର୍କ ଦୃଷ୍ଟିରୁ ଏମାନେ ଆଗେଇ ଆସିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆ କ୍ରିକେଟର୍ସ ସଂଘ ପକ୍ଷରୁ ମଧ୍ୟ ଏହାକୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର