ମେଲବର୍ଣ୍ଣ ଟେଷ୍ଟ: ବିଜୟ ଠାରୁ ୩ ଓ୍ଵିକେଟ ଦୂରରେ ଭାରତ, ଅଷ୍ଟ୍ରେଲିଆ ସ୍କୋର ୧୯୬/୭

ମେଲବର୍ଣ୍ଣର୍: ମେଲବର୍ଣ୍ଣର୍ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ୍‌ରେ ଭାରତର ପଲ୍ଲା ଭାରି ରହିଥିବା ବେଳେ ପରାଜୟ ଏଡାଇବାକୁ ଅଷ୍ଟ୍ରେଲିଆ ସଂଘର୍ଷ ଜାରି ରଖିଛି। ବକ୍ସିଂ ଟେଷ୍ଟର ୪ର୍ଥ ଦିନ ଖେଳରେ ଭାରତୀୟ ବୋଲରମାନେ ସେମାନଙ୍କ କମାଲ ଦେଖାଇଛନ୍ତି। ଜସ୍‌ପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜାଙ୍କ ସହିତ ମିଶି ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆର ଦ୍ୱିତୟ ଇନିଙ୍ଗସର ୭ଟି ଓ୍ଵିକେଟ ଅକ୍ତିଆର କରି ନେଇଥିବା ବେଳେ ଭାରତ ବିଜୟ ଠାରୁ ମାତ୍ର ୩ ଓ୍ଵିକେଟ ପଛରେ ରହିଛି। ଅଷ୍ଟ୍ରେଲିଆର ଶେଷ ସ୍ୱୀକୃତିପ୍ରାପ୍ତ ଯୋଡ଼ି ହେଡ୍‌ ଓ ପାଇନେ ପାଭିଲିୟନ ଫେରିଯିବା ପରେ ଅଷ୍ଟ୍ରେଲିଆର ସଂଘର୍ଷ କରିବା କ୍ଷମତା ମଧ୍ୟ କମି ଯାଇଛି। ଅଷ୍ଟ୍ରେଲିଆ ୧୯୭ରନ୍‌ରେ ୭ ଓ୍ଵିକେଟ ହରାଇ ବିପଦରେ ପଡ଼ିଛି।


ଭୋଜନ ପରେ ୩୯୯ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳ ୬୩ରନ୍‌ରେ ୩ ଓ୍ଵିକେଟ ହରାଇ ସଂଘର୍ଷ ଚଳାଇଥିଲା। ପ୍ରଥମ ପାଳିରେ ଜସ୍‌ପ୍ରୀତ ବୁମ୍‌ରାଙ୍କ ଶାଣୀତ ବୋଲିଂର ସାମ୍‌ନା କରି ନ ପାରି ଅଷ୍ଟ୍ରେଲିଆ ଦଳ ମାତ୍ର ୧୫୧ରନ୍‌ରେ ଅଲ ଆଉଟ୍‌ ହୋଇ ଯାଇଥିଲେ। ତେବେ ଅଷ୍ଟ୍ରେଲୀୟ ବୋଲର ମାନେ ଦ୍ୱିତୀୟ ଇନିଙ୍ଗସରେ ଭାରତର ବ୍ୟାଟିଂ ଲାଇନ୍‌କୁ ଧ୍ୱସ୍ତ କରି ଦେଇଥଲେ। କେବଳ ମୟଙ୍କ ଅଗ୍ରଓ୍ଵାଲ ୪୨ରନ୍‌ ଓ ଓ୍ଵିକେଟ୍‌ କିପର ଋଷଭ ପନ୍ତ ୩୩ ରନ୍‌ କରି ଅଷ୍ଟ୍ରେଲିଆ ବୋଲିଂର ସଫଳ ମୁକାବିଲା କରିଥିଲେ। ତେବେ ଭାରତ ଦ୍ୱିତୀୟ ଇନିଙ୍ଗସରେ ୧୦୬/୮ରେ ଦ୍ୱିତୀୟ ପାଳି ଘୋଷଣା କରି ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ୩୯୯ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।ଆଉ ଅଷ୍ଟ୍ରେଲିଆ ବ୍ୟାଟି ଲାଇନ୍‌ ଆରମ୍ଭରୁ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟରର ସମ୍ମୁଖୀନ ହୋଇଛି। ପ୍ରଥମ ପାଳିରେ ୬ ଓ୍ଵକେଟ୍‌ ନେଇଥିବା ଜସ୍‌ପ୍ରୀତ ବୁମ୍‌ରା ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗସର ଦ୍ୱିତୀୟ ଓଭରରେ ଫିଞ୍ଚ୍‌ଙ୍କୁ ଆଉଟ୍‌ କରି ଭାରତ ପାଇଁ ପ୍ରଥମ ଖୁସି ଆଣି ଦେଇଥିଲେ। ସେହିପରି ଖେଳର ୧୦ମ ଓଭରରେ ରବୀନ୍ଦ୍ର ଜାଦେଜା ହାରିସଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଅଷ୍ଟ୍ରେଲିଆ ଦଳର ଖଓ୍ଵାଜା ଓ ସନ୍‌ ମାର୍ସ ଧର୍ଯ୍ୟର ସହିତ ବ୍ୟାଟିଂ କରି ପରାଜୟ ଏଡାଇବା ପାଇଁ ସଂଘର୍ଷ ଚଳାଇଥିଲେ। ତେବେ ମହମ୍ମଦ ସାମି ଖଓ୍ଵାଜାଙ୍କୁ ୩୩ରନ୍‌ରେ ଆଉଟ୍‌ କରିବା ପରେ ପୁଣି ଅଷ୍ଟ୍ରେଲିଆ ସଙ୍କଟରେ ପଡ଼ିଥିଲା।

ତା ପରେ ନିୟମିତ ବ୍ୟବଧାନରେ ଅଷ୍ଟ୍ରେଲିଆର ଓ୍ଵକେଟ ପତନ ଘଟିଥିଳା। ଚାପାନ ବିରତି ସୁଦ୍ଧ ଅଷ୍ଟ୍ରେଲିଆ ୬ ଓ୍ଵିକେଟ ହରାଇଥିବା ବେଳେ ଚାପାନ ବିରତି ପରେ ଅଧିନାୟକ ପାଇନେଙ୍କୁ ଜାଦେଜାଙ୍କ ବଲରେ ପନ୍ତ କ୍ୟାଚ୍‌ କରି ଅଷ୍ଟ୍ରେଲିଆର ଆଶା ଉପରେ ପାଣି ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର