ସିଡନୀ: ସିଡନୀ ଠାରେ ଖେଳା ଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବାଟିଂ କରୁଛି। ତେବେ ପ୍ରାରମ୍ଭିକ ଝଟକା ପରେ ସ୍ଥିତି ସୁଧାରି ଆଣୁଥିବା ବେଳେ ଅଷ୍ଟ୍ରେଲିଆକୁ ତୃତୀୟ ଝଟକାଭାବେ ଉସ୍ମାନ ଖଓ୍ଵାଜାଙ୍କ ଆଉଟ୍ ବଡ଼ ଝଟକା ଦେଇଛି। ରବୀନ୍ଦୟ ଜାଦେଜା ଖଓ୍ଵାଜାଙ୍କୁ ଲବିଡବ୍ଲ୍ୟୁ ଆଉଟ୍ କରି ପାଭିଲିୟନ ପଠାଇ ଦେଇଛନ୍ତି। କଓ୍ଵାଜାର ୫୯ରଡ଼୍ କରି ବିଦାୟ ନେବା ବେଳକୁ ୨୯ତମ ଓଭରରେ ଅଷ୍ଟ୍ରେଲିଆର ସ୍କୋର ଥିଲା ୧୩୩/୩।
ଆଜି ଖେଳ ଆରମ୍ଭରେ ଭାରତର ନିର୍ଭରଯୋଗ୍ୟେ ବୋଲର ଭୁବନେଶ୍ୱର କୁମାର ଅଧିନାୟକ ଫିଞ୍ଚଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫିଞ୍ଚ ମାତ୍ର ୬ ରନ୍ କରି ବ୍ୟାଟିଂ କରୁଥିବା ବେଳେ ଖେଳର ତୃତୀୟ ଓଭରରେ ଭୁବନେଶ୍ୱର କୁମାରଙ୍କ ଏକ ଇନ୍ସ୍ଵିଙ୍ଗରକୁ ଠିକ୍ ଭାବେ ବୁଝି ନ ପାରି ଅତି ଶସ୍ତାରେ ନିଜ ଓ୍ଵିକେଟ ହରାଇପାଭିଲିିୟନ ଫେରିଥିଲେ। ତେବେ ଫିଞ୍ଚଙ୍କ ଆଉଟ୍ ପରେ ପାଳି ସଜାଡ଼ିବାକୁ ଉଦ୍ୟମ କରିଥିଲେ ଆଲେକ୍ସ କରେ ଓ ଉସମାନ ଖଓ୍ଵାଜା। ମାତ୍ର କୁଲଦୀପ ଯାଦବଙ୍କ ବଲରେ ଆଲେକ୍ସ ରୋହିତ ଶର୍ମାଙ୍କୁ ଏକ ସହଜ କ୍ୟାଚ୍ ଦେଇ ପାଭିଲିୟନ ଫେରିବା ପରେ ଅଷ୍ଟ୍ରେଲିଆ ୧୦ ଓଭରରେ ୨ ଓ୍ଵିକେଟ ହରାଇବା ସହିତ ମାତ୍ର ୪୫ ରନ୍ ସଂଗ୍ରହ କରଥିଲା। ପରେ ଖଓ୍ଵାଜା ଓ ସନ୍ ମାର୍ସଙ୍କ ମଧ୍ୟରେ ୯୨ରନ୍ର ପାର୍ଟନରସିପ୍ ଅଷ୍ଟ୍ରେଲିଆକୁ କିଛିଟା ଆଶ୍ୱସ୍ତ କରିଥିଲା।
/sambad/media/post_attachments/wp-content/uploads/2019/01/bhuvi-300x200.jpg)
ଭାରତୀୟ ଦଳ: ବିରାଟ କୋହଲି, ଶିଖର ଧାଓ୍ଵନ, ରୋହିତ ଶର୍ମା, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କେ ଖଲିଲ ଅହମ୍ମଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/jadeja-1.jpg)