ପର୍ଥ ଟେଷ୍ଟ: ସାମିଙ୍କୁ ୬ ଓ୍ଵିକେଟ, ଭାରତକୁ ୨୮୭ରନ୍‌ର ଟାର୍ଗେଟ

ପର୍ଥ : ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକାର ସ୍ଥିତିରେ ପହ୍ୟଚିଛି। ଭାରତୀୟ ଦୃତ ବୋଲର ମହମ୍ମ ସାମି ୫୬ରନ୍‌ ବିନିମୟରେ ଅଷ୍ଟ୍ରେଲିଆର ୬ ଓ୍ଵିକେଟ ହାସଲ କରିଥିବା ବେଳେ ବୁମ୍‌ରା ୩ ଟି ଓ ଇଶାନ୍ତ ଶମା ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳିରେ ଗୋଟିଏ ି ଓ୍ଵିକେଟ ହାସଲ କରିଛନ୍ତି। ଭାରତୀୟ ପେସ ବୋଲରମାନେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ପାଳିରେ ମୋଟ୍‌ ୨୪୩ ରନ୍‌ରେ ଅଲଆଉଟ୍‌ କରିଛନ୍ତି। ପ୍ରଥମପାଳିର ୪୩ ରନ ଅଗ୍ରଣୀ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଙ୍ଗସରେ ଭାରତ ପାଇଁ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୨୮୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳକୁ ପ୍ରଥମରୁ ଝଟକା ଲାଗିଛି। ଷ୍ଟାର୍କଙ୍କ ବଲରେ କେଏଲ ରାହୁଲ ବୋଲ୍‌ଡ଼ ଆଉଟ ହୋଇ ପାଭିଲିିୟନ ଫେରି ଯାଇଛନ୍ତି।
ଆଜି ପର୍ଥନ ଟେଷ୍ଟର ୪ର୍ଥ ଦିନ। ଆଜି ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତୀୟ ବୋଲରମାନଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମୃାନମାନେ କୌଣସି ସୁଯୋଗ ଦେଇଥିଲେ। ଅଷ୍ଟ୍ରେଲିଆ ଦଳ ମଧ୍ୟାହ୍ନ ଭୋଜନ ବେଳକୁ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରି ନେଇଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେ ମହମ୍ମଦ ସାମୀ ଲଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ୭୯ତମ ଓଭରର ୫ମ ବଲରେ ମହମ୍ମଦ ସାମି ପ୍ରଥମେ ଅଧିନାୟକ ପାଇନେଙ୍କୁ କୋହଲିଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦଳ ପାଇଁ ୫ମ ସଫଳତା ଆଣି ଦେଇଥିଲେ। ପରବର୍ତ୍ତର୍ୀ ବଲରେ ଫିଞ୍ଚଙ୍କୁ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ ଆଉଟ୍‌ କରି ସାମୀ ଭାରତକୁ ୬ଷ୍ଠ ସଫଳତା ଦେଇଥିଲେ। ସେହିପରି ୮୨ତମ ଓଭରରେ ସାମି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଖଓ୍ଵାଜା(୭୨ ରନ)ଙ୍କୁ ପନ୍ଥଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ୭ମ ସଫଳତା ଦେଇଥିଲେ।ପରେ ବୁମ୍‌ରା କୁମିନ୍ସଙ୍କୁ ବୋଲ୍ଡ ଆଉଟ କରିବା ପରେ ଲିୟନଙ୍କୁ ପୁଣି ଥରେ ସାମି ଆଉଟ୍‌ କରିଥିଲେ। ତେବେ ଶେଷ ଓ୍ଵିକେଟ ଭାବେ ବୁମ୍‌ରା ଷ୍ଟାର୍କଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ୨୪୩ରେ ସୀମିତ ରଖିଥିଲେ

ସମ୍ବନ୍ଧିତ ଖବର