ଆଡିଲେଡ୍‌ ଦିନିକିଆ: ସନ୍‌ ମାର୍ସଙ୍କ ଶତକ, ଭାରତକୁ ୨୯୯ରନ୍‌ର ବିଜୟ ଲକ୍ଷ୍ୟ

ଆଡିଲେଡ୍‌,: ଆଜି ଅଷ୍ଟ୍ରେଲିଆର ଆଡିଲେଡ୍‌ ଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ସତ୍ତ୍ୱେ ପୁଣି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ବିଶାଳ୨୯୯ରନର ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆର ସଫଳ ବ୍ୟାଟ୍ସମ୍ୟାନ ସନ୍‌ ମାର୍ସଙ୍କ ଶତକ( ୧୩୧ ରନ,୧୧ଚକା, ୩ଛକା) ସହାୟତାରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ଓ୍ଵିକେଟ ହରାଇ୨୯୮ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସିରାଜ। ସିରାଜ ୧୦ ଓଭରରେ ୭୬ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ସଫଳତା ପାଇ ପାରି ନ ଥିଲେ।ଅପରପକ୍ଷେ ଭାରତର ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୧୦ ଓଭର ବୋଲିଂ କରି ୪୫ରନ୍‌ ବିନିମୟରେ ୪ ଓ୍ଵିକେଟ ଅକ୍ତିଆର କରିଛନ୍ତି।
ବିଶ୍ୱ କ୍ରିକେଟ୍‌ରେ ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚାଲିଥିବା ଏହି ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ସେଥିଲାଗି ଭାରତ ପାଇଁ ମଙ୍ଗଳବାର ମୁକାବିଲା କର ବା ମର ହୋଇଛ।ଶୃଙ୍ଖଳା ବଞ୍ଚାଇବା ଲାଗି ବିରାଟ ବାହିନୀ ପାଇଁ ଏଠାରେ ବିଜୟ ହାସଲ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଛି।ତେବେ ଅଷ୍ଟେଲିଆର ଏହି ପାହଡ଼ ସଦୃଶ ରନକୁ ମୁକାବିଲ ପାଇଁ ବିରାଟ ବାହିନୀ କେଉଁ ରଣ କୌଶଳ ଆପଣେଇବ ତାହା ଆଗାମୀ ୫୦ ଓଭର ଖେଳରେ ସ୍ପଷ୍ଟ ହେବ।
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, କୁଲଦୀପ ଜାଦବ, ମହମ୍ମଦ ସୀରାଜ, ମହମ୍ମଦ ସାମୀ।

ସମ୍ବନ୍ଧିତ ଖବର