ଆଡିଲେଡ୍‌ ଟେଷ୍ଟ,  ଅଶ୍ୱିନଙ୍କ କମାଲ, ଅଷ୍ଟ୍ରେଲିଆ ୧୨୫/୫

ଆଡିଲେଡ୍‌: ଆଡିଲେଡ୍‌ ଠାରେ ଚାଲିଥିବା  ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ଦ୍ୱିତୀ ଦିନ ଖେଳରେ ଭାରତୀୟ ବୋଲରମାନେ ତାଙ୍କ କମାଲ ଦେଖାଇଛନ୍ତି। ପ୍ରଥମେ ଇଶାନ୍ତ ଶର୍ମା  ଖାତାଖୋଲିବା ପୂର୍ବରୁ ଫିଞ୍ଚଙ୍କୁ ଆଉଟ୍‌  କରିବା ପରେ ଭାରତର ନିଖୁଣ ସ୍ପିନ୍‌ ବୋଲର  ରବିଚନ୍ଦ୍ରନ ଅଶ୍ୱିନ ମାର୍କସ ହରସ, ସନ ମାର୍ସ ଓ ଖଓ୍ଵାଜାଙ୍କୁ ଆଉଟ୍‌ କରି  ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲେ। ତେବେ ୫ମ ଓ୍ଵିକେଟ ଯୋଡ଼ିରେ ହ୍ୟାଣ୍ଡ୍‌ସକମ୍ବ ଓ  ଟ୍ରାଭିସ ହେଡ୍‌  ୪୩ରନ୍‌ର ପାର୍ଟନରସିପ  କରି ଅଷ୍ଟ୍ରେଲିଆର ରନ୍‌ ସ୍କୋରକୁ ଶହେ ଟପାଇଥିଲେ। ଏକଦା ୮୭ରନ୍‌ରେ ୪ ଓ୍ଵିକେଟ ହରାଇ  ସଂଘର୍ଷ କରୁଥିବା  ଅଷ୍ଟ୍ରେଲିଆ ଦଳକୁ ଏହି ଯୋଡ଼ି କିଛିଟା ଆଶ୍ୱସ୍ତି ଦେଇଥିଲେ। ତେବେ   ଚା’ପାନ ବିରତି ପରେ ଜସପ୍ରୀତ ବୁମ୍‌ରା  ହ୍ୟାଣ୍ଡ୍‌ସକମ୍ବ( ୩୪ ରନ)ଙ୍କୁ  ଆଉଟ୍‌ କରି ପୁଣି ମ୍ୟାଚ୍‌ର ଧାରା ଭାରତ ଆଡକୁ ଢ଼ଳାଇଛନ୍ତି। ପ୍ରଥମ  ଇନିଙ୍ଗସରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ୨୫୦ ରନ୍‌ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ  ଅଷ୍ଟ୍ରେଲିଆ  ତାର ପ୍ରଥମ ଇନିଙ୍ଗସରେ  ସଅଳ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ  ହରାଇବା ସହି ଦ୍ୱିତିୟ ଦିନର ଚାପାନ ବିରତି ସୁଦ୍ଧା ୫ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୧୨୫ ରନ୍‌।

ଗତକାଲି  ଦୁର୍ଭାଗ୍ୟଜନକ ଭାବେ ପୂଜାରା ୧୨୩ ରନ୍‌ ( ୭ଟି ଚୌକା, ୨ଟି ଛକା) କରି କୁମିନ୍ସଙ୍କ ଦ୍ୱାରା ରନ୍‌ ଆଉଟ୍‌ ହେବା ସମୟରେ ଭାରତର ସ୍କୋର  ୨୫୦ ଥିଲା। ଆଜି ଏଥିରେ ଆଉ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଭାରତର ଶେଷ ଓ୍ଵିକେଟ ପତନ ଘଟିଥିଳା। ଜବାବରେ ଅଷ୍ଟ୍ରେଲିଆର ବ୍ୟାଟିଂକୁ ପଥମରୁ ଝଟକା ଲାଗିଥିଲା ଇଶାନ୍ତ ଶର୍ମାଙ୍କ ଦ୍ୱାରା। ଖେଳ ଆରମ୍ଭ ତୃତୀୟ ବଲ୍‌ରେ ଇଶାନ୍ତ ଶର୍ମର୍ା  ଫିଞ୍ଚଙ୍କୁ ବୋଲ୍ଡ ଆଉଟ୍‌ କରି ଭାରତୀୟ ଶିବିରରେ  ଉତ୍ସାହ ଭରି ଦେଇଥିଲେ। ତେବେ ଫିଞ୍ଚ୍‌ଙ୍କ ଆଉଟ୍‌ ପରେ ଆଷ୍ଟ୍ରଲିଆ ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲା। ମାର୍କସ ହରିସଙ୍କ ସହିତ ଆସି କ୍ରିଜ୍‌ରେ ଯୋଗ ଦେଇଥିିଲେ  ଖଓ୍ଵାଜା।  ଖେଳର ୨୧ତମ ଓଭରରେ ଯେତେବେଳେ ଅଷ୍ଟ୍ରେଲିଆର ସ୍କୋର ୪୫ ରନ୍‌ ଥିଲା, ସେତେବେଳେ ରବିଚନ୍ଦ୍ରନ ଅଶ୍ୱିନୀ  ହରିସ୍‌ଙ୍କୁ ମୂରଲୀ ବିଜୟଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଛନ୍ତି।  ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଆଉ କୌଣସି ଓ୍ଵିକେଟ ହରାଇ ନ ଥିଲା। ପରେ  ସନ୍‌ ମାର୍ସ ଓ ଖଓ୍ଵାଜାଙ୍କୁ ଅଶ୍ୱିିନ ପାଭିଲିୟନର ରାସ୍ତା ଦେଖାଇଥିିବା ବେଳେ ବୁମ୍‌ରା  ହ୍ୟାଣ୍ଡ୍‌ସକମ୍ବଙ୍କୁ ଆଉଟ୍‌ କରି ଛନ୍ତି।।

ସମ୍ବନ୍ଧିତ ଖବର