ସମ୍ବଲପୁର: ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଶାସନ, ସମ୍ବଲପୁର ଆନୁକୂଲ୍ୟରେ ଡିପିଏସ୍ ଓ ବିକାଶ ସ୍କୁଲ ପଡ଼ିଆରେ ଚାଲିଥିବା ସିବିଏସ୍ଇ କ୍ଲଷ୍ଟର୍-୧ ଓ ୨ ଦୌଡ଼କୁଦ ସମାବେଶର ଦ୍ୱିତୀୟ ଦିନରେ ଓଡ଼ିଶାର ବିଦ୍ୟାଳୟମାନେ ବେଶ କିଛି ପଦକ ହାତେଇବାରେ ସମର୍ଥ ହୋଇଛନ୍ତି। ୧୪ ବର୍ଷ ବାଳକ ଲମ୍ବଡିଆଁରେ ଡିଏଭି ଚନ୍ଦ୍ରଶେଖରପୁରର ଅଭିନବ ମହାନ୍ତି ସ୍ୱର୍ଣ୍ଣ, ଡିଏଭି ଅନୁଗୁଳର ବବଲୁ ନାଏକ ରୌପ୍ୟ ଏବଂ ଡିପିଏସ୍ ରାଉରକେଲାର ସୋମେଶ ସ୍ୱାଇଁ କାଂସ୍ୟ ପଦକ ପାଇଛନ୍ତି। ସେହି ବର୍ଗର ବାଳିକା ଲମ୍ବଡିଆଁରେ ଡିଏଭି ବ୍ରଜରାଜନଗରର ସ୍ମୃତି ସଂସ୍କୃତି ବିଶ୍ୱାଳ ତୃତୀୟ ହୋଇଛନ୍ତି। ୧୯ ବର୍ଷରୁ କମ୍ ବାଳକ ଡିସ୍କସ୍ ଫିଙ୍ଗାରେ ଭୁବନେଶ୍ୱର ସାଇ ଇଣ୍ଟର୍ନେସ୍ନାଲ୍ ସ୍କୁଲ୍ର ଦେବୀଦତ୍ତ ମିଶ୍ର ପ୍ରଥମ, ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଭୁବନେଶ୍ୱରର ସୁରଜ ମୁର୍ମୁ ତୃତୀୟ ହୋଇଛନ୍ତି। ସେହି ବର୍ଗର ସଟ୍ପୁଟ୍ରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଭୁବନେଶ୍ୱରର ସୁରଜ ମୁର୍ମୁ ରୌପ୍ୟ ପଦକ ଲାଭ କରିଛନ୍ତି।
ଅଭିନବ ଓ ଦେବୀଙ୍କୁ ସ୍ୱର୍ଣ୍ଣ
ସିବିଏସ୍ଇ ଦୌଡ଼କୁଦ
/sambad/media/post_attachments/wp-content/uploads/2017/10/khel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)