ଭୁବନେଶ୍ୱର: ଅନ୍ତର୍ଜାତୀୟ ମୁଷ୍ଟିଯୋଦ୍ଧା କେ ଶ୍ୟାମ କୁମାରଙ୍କୁ ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇର ସଦର ମହକୁମା କାର୍ଯ୍ୟାଳୟରେ ମହାପ୍ରବଂଧକ ଉମେଶ ସିଂହ ତାଙ୍କୁ ସମ୍ବର୍ଧିତ କରିଥିଲେ। ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘର ସଭାପତି ମୁଖ୍ୟଯନ୍ତ୍ରୀ ଲକ୍ଷ୍ନୀନାରାୟଣ, ସମ୍ପାଦକ ଉପ ପ୍ରବଂଧକ ତତ୍ୱଦର୍ଶୀ ସାହୁ, ଯୁଗ୍ମ ସମ୍ପାଦକ ପିକେ ମହାପାତ୍ର, ଜିଏସ୍ଙ୍କ ସଚିବ ଏସ୍ କେ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶ୍ୟାମ କୁମାର ଇଣ୍ଡୋନେସିଆରେ ଫେବ୍ରୁଆରି ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସୀୟ କ୍ରୀଡ଼ା ଆମନ୍ତ୍ରଣୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୨୦୧୭ ନଭେମ୍ବରରେ କାଜାକସ୍ତାନରେ ଉଲହନ ବୋଥାର କପ୍ରେ ସ୍ୱର୍ଣ୍ଣ ଏବଂ ଗତମାସରେ ନୂଆଦିଲ୍ଲୀରେ ଇଣ୍ଡିଆ ଓପନ୍ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧରେ ରୌପ୍ୟ ପଦକ ହାସଲ କରିଥିଲେ।
ମୁଷ୍ଟିଯୋଦ୍ଧା ଶ୍ୟାମଙ୍କୁ ସମ୍ବର୍ଧନା
/sambad/media/post_attachments/wp-content/uploads/2018/02/6-Shyam-Kumar-Boxer-felicitated.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)