ଆୟନା, ଲେଗିସ୍‌ଙ୍କୁ ଦିଲ୍ଲୀ ହାଫ୍‌ ମାରାଥନ୍‌ ମୁକୁଟ

ନୂଆଦିଲ୍ଲୀ: ଇଥିଓପିଆ ଧାବକ ଏବଂ ଧାବିକା ଦିଲ୍ଲୀ ହାଫ୍‌ ମାରାଥନ୍‌ଙ୍କୁ ନିଜ ନାମରେ କରି ନେଇଛନ୍ତି। ମହିଳାରେ ଆଲ୍‌ମାଜ ଆୟନା ଏବଂ ପୁରୁଷରେ ବେରହାନୁ ଲେଗିସ୍‌ ଦିଲ୍ଲୀ ହାଫ୍‌ ମାରାଥନ୍‌ ମୁକୁଟ ଜିତିଛନ୍ତି। ରବିବାର ଏହି ପ୍ରତିଯୋଗିତା ମହିଳା ବର୍ଗରେ ଆୟନା ୧ ଘଣ୍ଟା ୭ ମିନିଟ୍‌ ୧୧ ସେକେଣ୍ଡ୍‌ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପଛକୁ ଆବାବେଲ ୟେସନେ (୧.୦୭.୧୯ ଘଣ୍ଟା) ରୌପ୍ୟ, ନେଟ୍‌ସାନେଟ ଗୁଦିତା (୧.୦୭.୨୪ ଘଣ୍ଟା) କାଂସ୍ୟ ପଦକ ଜିତିଥିଲେ। ପୁରୁଷରେ ୨୦୧୫ ବିଜେତା ୫୯ ମିନିଟ୍‌ ୪୬ ସେକେଣ୍ଡ୍‌ ସମୟ ନେଇ ସ୍ୱର୍ଣ୍ଣ, ଆଉଜଣେ ଇଥିଓପିଆ ଧବକ ଆନାଦାମ୍ଲାକ୍‌ ରୌପ୍ୟ ଏବଂ ଆମେରିକାର ଲିଓନାର୍ଡ କୋରିର୍‌ କାଂସ୍ୟ ପଦକ ଜିତିଥିଲେ।

ଭରତୀୟଙ୍କ ମଧ୍ୟରେ ମହିଳାରେ ଏଲ୍‌ ସୁରିୟା (୧.୧୦.୩୧ ଘଣ୍ଟା) ଜାତୀୟ କୀର୍ତିମାନ ସହ ସ୍ୱର୍ଣ୍ଣ ଏବଂ ପୁରୁଖା ଲମ୍ବ ଦୌଡ଼ ଧବିକା ସୁଧା ସିଂହ (୧.୧୧.୩୦ ଘଣ୍ଟା) ଦ୍ୱିତୀୟ ଏବଂ ପାରୁଲ ଚୌଧୁରୀ (୧.୧୩.୦୯ ଘଣ୍ଟା) ତୃତୀୟ ସ୍ଥାନରେ ରୌପ୍ୟ ଏବଂ କାଂସ୍ୟ ପଦକ କରାୟତ କରିଥିଲେ। ସେହିଭଳି ପୁରୁଷରେ ଅଲିମ୍ପିଆନ୍‌ ନିତେନ୍ଦ୍ର ସିଂହ ରାଓ୍ଵତ୍‌ (୧.୦୩.୫୩ ଘଣ୍ଟା) ନୂଆ ଜାତୀୟ କୀର୍ତିମାନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜି ଲକ୍ଷ୍ମଣନ୍‌ (୧.୦୩.୫୩ ଘଣ୍ଟା) ଫଟୋ ଫିନିସ୍‌ରେ ପଛରେ ପଡ଼ି ଅଳ୍ପରେ ପ୍ରଥମ ସ୍ଥାନ ଦଖଲରୁ ବର୍ତି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ମହାରାଷ୍ଟ୍ରର ୨୧ ବର୍ଷୀୟ ଧାବକ ଅବିନାଷ ସାବ୍‌ଲେ କାଂସ୍ୟ ପଦକ କରାୟତ କରି ପଦାର୍ପଣ ହାଫ୍‌ ମାରାଥନ୍‌କୁ ସ୍ମରଣୀୟ କରିଛନ୍ତି।

ସମ୍ବନ୍ଧିତ ଖବର