ଲୋୱା: ଭାରତର ଦୁଇ ନମ୍ବର ପୁରୁଷ ଏକକ ଖେଳାଳି ଆୟୁଷ ସେଟ୍ଟୀ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଏହା ତାଙ୍କର ପ୍ରଥମ ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର୍ ମୁକୁଟ। ଫାଇନାଲ୍ରେ ଆୟୁଷ ୨୧-୧୮, ୨୧-୨୩ରେ ତୃତୀୟ ମାନ୍ୟତାପ୍ରାପ୍ତ କାନାଡ଼ାର ବ୍ରିଆନ୍ ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ୨୦ ବର୍ଷୀୟ ଏହି କର୍ଣ୍ଣାଟକ ଖେଳାଳି ପ୍ରଥମ ଭାରତୀୟ ଭାବେ ଚଳିତ ଋତୁରେ ବିଶ୍ବ ଟୁର୍ ମୁକୁଟ ମଧ୍ୟ ଜିତିଛନ୍ତି। ସେ ଏହି ପ୍ରତିଯୋଗିତାର ସେମିଫାଇନାଲ୍ରେ ବିଶ୍ବର ୬ ନମ୍ବର ଚୌଉ ତିଏନ-ଚେନ୍ଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ।
ସର୍ବକନିଷ୍ଠା ଭାରତୀୟ ଭାବେ ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଥିବା ୧୬ ବର୍ଷୀୟା ତନ୍ବୀ ଶର୍ମା ଟ୍ରଫି କରାୟତ୍ତ କରିବାରେ କିନ୍ତୁ ବିଫଳ ହୋଇଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ସ୍ବଳ୍ପବୟସ୍କା ଯୁବତୀ ୧୧-୨୧, ୨୧-୧୬, ୧୦-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାର ବିୱେନ୍ ଝାଙ୍ଗ୍ଙ୍କଠୁ ହାରି ଯାଇଥିଲେ। ଫାଇନାଲ୍ ପୂର୍ବରୁ ୬୬ ମାନ୍ୟତାପ୍ରାପ୍ତ ତନ୍ବୀ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି ବିଶ୍ବ ମାନ୍ୟତାର ୨୩, ୪୦, ୫୦ ଓ ୫୮ ନମ୍ବର ଖେଳାଳିଙ୍କୁ ହରାଇଥିଲେ।
ଆୟୁଷଙ୍କୁ ୟୁଏସ୍ ଓପନ୍ ମୁକୁଟ
ଭାରତର ଦୁଇ ନମ୍ବର ପୁରୁଷ ଏକକ ଖେଳାଳି ଆୟୁଷ ସେଟ୍ଟୀ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ଏହା ତାଙ୍କର ପ୍ରଥମ ବିଡବ୍ଲ୍ୟୁଏଫ୍ ବିଶ୍ବ ଟୁର୍ ମୁକୁଟ। ଫାଇନାଲ୍ରେ ଆୟୁଷ...
/sambad/media/media_files/2025/07/01/hhydfgfd-2025-07-01-06-34-19.jpg)