ଆଜରବୈଜାନ ଗ୍ରାଁ ପ୍ରି ଜିତିଲେ ବୋଟ୍ଟାସ, ପୁଣି ଥରେ ମର୍ସିଡିଜ୍‌କୁ ୧-୨

ବକୁ: ମର୍ସିଡିଜ୍ ଚାଳକ ଭାଲଟେରି ବୋଟ୍ଟାସ ରବିବାର ଆଜରବୈଜାନ ଗ୍ରାଁ ପ୍ରି ଜିତି ନେଇଛନ୍ତି। ତାଙ୍କ ଦଳୀୟ ସାଥୀ ଲୁଇସ ହାମିଲଟନ୍‌ ୧.୫ ସେକେଣ୍ଡ୍‌ ପଛରେ ରହି ଦ୍ବିତୀୟ ସ୍ଥାନ ପାଇଥିଲେ। ଫଳରେ ମର୍ସିଡିଜ୍‌ ପୁଣିଥରେ ୧-୨ ସ୍ଥାନ କବ୍‌ଜା କରିଛି। ଏଥିସହ ଫେରାରି (୧୯୫୨) ପରେ ମର୍ସିଡିଜ୍‌ ପ୍ରଥମ ଦଳ ଭାବେ ଲଗାତାର ଚତୁର୍ଥ ଥର ଲାଗି ପ୍ରଥମ ଦୁଇ ସ୍ଥାନ କବ୍‌ଜା କରିବାର ଗୌରବ ପାଇଥିଲା। ଅନ୍ୟପକ୍ଷରେ ବୋଟ୍ଟାସଙ୍କର ଏହା ଚଳିତ ବର୍ଷର ଦ୍ବିତୀୟ ମୁକୁଟ। ଏହି ବିଜୟ ସହ ବୋଟ୍ଟାସ (୮୭ ପଏଣ୍ଟ୍‌) ନିଜ ଦଳୀୟ ସାଥୀ ହାମିଲଟନ୍‌ (୮୬)ଙ୍କୁ ପଛରେ ପକାଇ ଚାଳକ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ଦୁଇ ଜଣଙ୍କ ପଛକୁ ଏଠାରେ ତୃତୀୟରେ ରହିଥିବା ଫେରାରି ଚାଳକ ସେବସ୍ତିଆନ ଭିଟଲ (୫୬) ମଧ୍ୟ ଚାଳକ ତାଲିକାରେ ତୃତୀୟ ସ୍ଥାନ ପାଇଛନ୍ତି।‌ ତେବେ ବକୁରେ ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ ଚତୁର୍ଥ ଏବଂ ଫେରାରିର ନୂଆ ଚାଳକ ଚାର୍ଲସ ଲେକ୍ଲିର୍କ ପଞ୍ଚମ ସ୍ଥାନରେ ରହି ରେସ୍‌ ଶେଷ କରିଥିଲେ।

ସମ୍ବନ୍ଧିତ ଖବର