ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍। ରାଜ୍ୟରେ ଏକ କ୍ରିକେଟ୍ ଏକାଡେମି ଗଠନ ଏବଂ ପ୍ରଶିକ୍ଷଣ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଆଝାରୁଦ୍ଧିନ୍ କହିଛନ୍ତି ଓଡ଼ିଶାରୁ ଅନ୍ତର୍ଜାତୀୟ ସ୍ତରର କ୍ରିକେଟର୍ ଗଢ଼ି ତୋଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ଏକ କ୍ରିକେଟ୍ ଏକାଡେମି ପ୍ରତିଷ୍ଠା ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭିନିଲ କ୍ରିଷ୍ଣାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଗସ୍ତ ଅବସରରେ ରାଜ୍ୟର ଦୁଇ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କୁ ମଧ୍ୟ ଭେଟିବେ। ଆଝାର ବାରବାଟୀ ଷ୍ଟାଡିୟମ୍ର ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ଏପରିକି ତାଙ୍କ ସମୟରେ ଏହି ଷ୍ଟାଡିୟମ୍ରେ ଖେଳିବାକୁ ପ୍ରତ୍ୟେକ ଖେଳାଳି ବ୍ୟାକୁଳ ରହୁଥିଲେ ବୋଲି କହିଥିଲେ। ତେବେ କଟକ ଭଳି ଭୁବନେଶ୍ବରର କ୍ରିକେଟ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ରବିବାର ଅପରାହ୍ନରେ ଆଝାରୁଦ୍ଦିନ୍ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଯୋଜନା ସମ୍ପର୍କରେ ବିସ୍ତୁତ ବିବରଣୀ ରଖିବେ ବୋଲି ଜଣାପଡ଼ିଛି।
ଓଡ଼ିଶାରେ ଏକାଡେମି ଗଢ଼ିବେ ଆଝାର୍
/sambad/media/post_attachments/wp-content/uploads/2022/05/f5h456sf4hfs4h65fs465h465hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)