ମୁମ୍ବାଇ : ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ଯୁବ ତାରକା ମହମ୍ମଦ ଆଝାରୁଦ୍ଦିନ୍ ଦୁଇ ଦିନ ତଳେ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଭେଟିଛନ୍ତି। ସାକ୍ଷତବେଳର ତିନି ଜଣଙ୍କ ଏକ ଫଟୋକୁ ଆଝାରୁଦ୍ଦିନ୍ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ପୃଥ୍ବିବୀର ଏଭଳି ଏକ ଚର୍ଚ୍ଚିତ ଦମ୍ପତିକୁ ଭେଟିବା ସୌଭାଗ୍ୟର କଥା ବୋଲି ଉତ୍ଫୁଲିତ ଆଝାରୁଦ୍ଦିନ୍ ଫଟୋର କ୍ୟାପ୍ସନ୍ ଲେଖିଛନ୍ତି। ସେହି ଫଟୋରେ ଉଭୟ ଅନୁଷ୍କା ଓ ବିରାଟ ସେମାନଙ୍କ ଧଳା ପୋଷାକ ପରିଧାନ କରିଥିଲା ବେଳେ ମୁହଁରେ ହସ ଭରି ରହିଥିଲା। ଏହି ଫଟୋକୁ ଉତ୍ତୋଳନ କରି ଆଝାରୁଦ୍ଦିନ୍ ମଧ୍ୟ ଖୁବ୍ ଆନନ୍ଦ ଅନୁଭବ କରିଥିଲେ। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପତି ବିରାଟ ଓ କନ୍ୟା ବାମିକାଙ୍କ ସହ ଅନୁଷ୍କା ଚେନ୍ନାଇରୁ ମୁମୁାଇକୁ ଫେରିଥିଲେ। ମୁମ୍ବାଇକୁ ଫେରିବାର ଏକ ଖୁସୀ ମୁହୁର୍ତ୍ତର ଫଟୋ ମଧ୍ୟ ବୀରୁଷ୍କା ସେୟାର କରିଥିଲେ। ପ୍ରଶଂସକମାନେ ଏହି ଫଟୋକୁ ଖୁବ୍ ଲାଇକ୍ କରିଥିଲା ବେଳେ ବୀରୁଷ୍କା ଜଣେ ନୂଆ କ୍ରିକେଟର୍ ମହମ୍ମଦ ଆଝାରୁଦ୍ଦିନ୍ଙ୍କୁ ଦେଖିଥିଲେ।
ବୀରୁଷ୍କାଙ୍କୁ ଭେଟିଲେ ଆଝାରୁଦ୍ଦିନ
/sambad/media/post_attachments/wp-content/uploads/2021/04/Mohammed-Azharuddeen-met-Anushka-Sharma-and-Virat-Kohli..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)