କୋହଲିଙ୍କୁ ଟପି ବିଶ୍ବର ୧ନଂ ଦିନିକିଆ ବ୍ୟାଟ୍ସମ୍ୟାନ ହେଲେ ବାବର ଆଜମ୍

ଭୁବନେଶ୍ବର : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ହଟାଇ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ବିଶ୍ବର ନଂ୧ ଏକଦିବସୀୟ ବ୍ୟାଟ୍ସମ୍ୟାନ ମାନ୍ୟତା ପାଇଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକା  ଅନୁସାରେ ୮୬୫ ପଏଣ୍ଟ ପାଇ ବାବର ୧ ନମ୍ବର ସ୍ଥାନରେ ଥିବାବେଳେ ୮୫୭ ପଏଣ୍ଟ ପାଇ କୋହଲି  ୨ନମ୍ବର ସ୍ଥାନରେ ରହିଛନ୍ତି । ୩ୟ ସ୍ଥାନରେ ଭାରତର ବିସ୍ଫୋରକ ଓପନର ରୋହିତ ଶର୍ମା ରହିଛନ୍ତି । ସେ ୮୨୫ ପଏଣ୍ଟ ପାଇଛନ୍ତି ।

ସେହିପରି ୪ର୍ଥରେ ନ୍ୟୁଜିଲାଣ୍ଡର ରସ ଟେଲର ଓ ୫ମରେ ଅଷ୍ଟ୍ରେଲିଆର ଆରନ ଫିଞ୍ଚ୍ ଅଛନ୍ତି ।

ଏବେ ବାବର ଆଜମ ଦକ୍ଷିଣ ଆଫ୍ରିକା ସହ ଏକ ଅନ୍ତର୍ଜାତୀୟ ସିରିଜ ଖେଳୁଥିବାବେଳେ କୋହଲି ଭାରତରେ ଆଇପିଏଲ ଖେଳୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ସର୍ବାଧିକ ୨୨୮ ରନ କରିଥିଲେ । ଏହା ଫଳରେ ତାଙ୍କର ଆଇସିସି ମାନ୍ୟତାରେ ଉନ୍ନିତି ଆସିଛି । ଆଇସିସି ମାନ୍ୟତାରେ ନଂ୧ ସ୍ଥାନ ଅଧିକାର କରିବାରେ ସେ ହେଉଛନ୍ତି ୪ର୍ଥ ପାକିସ୍ଥାନୀ ବ୍ୟାଟ୍ସମ୍ୟାନ । ଅନ୍ୟପକ୍ଷରେ କୋହଲି ଏବେ କୌଣସି ଅନ୍ତର୍ଜାତୀୟ ସିରିଜ ଖେଳୁନଥିବାରୁ ତାଙ୍କର ପଏଣ୍ଟ ସଂଖ୍ୟା ସ୍ଥିର ରହିଛି ।

ସମ୍ବନ୍ଧିତ ଖବର