ନୂଆଦିଲ୍ଲୀ: ଆଇସିସିର ଓଡିଆଇ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ତଥା ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଆଜି ଏସିଆ କପରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବାବର ଆଜମ ଏସିଆ କପ୍ ୨୦୨୩ରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଟିମ୍ ଇଣ୍ଡିଆର ଅଧିନାୟକ ତଥା ଓପନର୍ ରୋହିତ ଶର୍ମାଙ୍କ ନାମରେ ଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବାବର, ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ରୋହିତ ପୁଣି ଥରେ ବାବରଙ୍କଠାରୁ ଆଗୁଆ ହୋଇପାରନ୍ତି।

Advertisment

କଲମ୍ବୋରେ ଚାଲିଥିବା ଏସିଆ କପ୍ ୨୦୨୩ର ସୁପର-୪ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଆଜି ମୁହାଁମୁହିଁ ହୋଇଛନ୍ତି। ଏସିଆ କପ୍ ଫାଇନାଲରେ ପ୍ରବେଶ କରିବାକୁ ଦୁଇ ଦେଶ ପରସ୍ପରକୁ ଟକ୍କର ଦେଉଛନ୍ତି। ମ୍ୟାଚରେ ଟସ୍ ଜିତିବା ପରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ ବ୍ୟାଟିଂ କରିବାକୁ ଘୋଷଣା କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ବର୍ଷା ହେତୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ଏହି କାରଣରୁ ମ୍ୟାଚ୍ ୫ଓଭର ହ୍ରାସ ପାଇଥିଲା। ଏଭଳି ପରିସ୍ଥିତିରେ ୪୫ଓଭର ମ୍ୟାଚ୍ ଆରମ୍ଭ ହୋଇଥିଲା।

Babar Azam | Asia Cup: 238-run win over Nepal gives Pakistan skipper Babar Azam confidence - Telegraph India

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନୀ ଦଳର ଖେଳାଳି ଫଖର ଜମାନ ଆଉଟ ହେବା ପରେ ୨୯ରନ୍ ସ୍କୋର କରିବା ପରେ କ୍ୟାପଟେନ ବାବର ଆଜମ ମଧ୍ୟ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପରେ ବାବର ଆଜମ ଏସିଆ କପରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛନ୍ତି।