ଦୁବାଇ: ପାକିସ୍ତାନ ଅଧିନାୟକ ବାବର ଆଜମ୍ ଚଳିତ ଟି-୨୦ ବିଶ୍ବକପ୍ ଅବସରରେ ଶୁକ୍ରବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ନିଜ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଥିବା ବାବର ଶୁକ୍ରବାର ଆଫ୍ଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ଏବେ ଅଦମନୀୟ ଜଣାପଡୁଛନ୍ତି। ଆଫ୍ଗାନିସ୍ତାନ ବିପକ୍ଷରେ ୪୫ ବଲ୍ରୁ ୫୧ ରନ୍ କରିଥିବା ବାବରଙ୍କ ବଳରେ ପାକିସ୍ତାନ ମଧ୍ୟ ୫ ୱିକେଟ୍ର ବିଜୟ ହାସଲ କରିଥିଲା। ତେବେ ଏହି ମ୍ୟାଚ୍ ଅବସରରେ ବାବର ଆନ୍ତର୍ଜାତିକ ଟି-୨୦ରେ ନିଜ ନାମରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛନ୍ତି। ଶୁକ୍ରବାର ସେ ଟି-୨୦ ଆନ୍ତର୍ଜାତିକରେ ୧୦୦୦ ରନ୍ ପୂରଣ କରିଥିଲା ବେଳେ ଏକ୍ଷେତ୍ରରେ ଦ୍ରୁତତମ ଅଧିନାୟକ ହେବାର କୀର୍ତ୍ତିମାନ ରଚିଛନ୍ତି। ଆଉ ଏକ୍ଷେତ୍ରରେ ସେ ମଧ୍ୟ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ବାବର ଏହି ମାଇଲଖୁଣ୍ଟ ଛୁଇଁବାକୁ ୨୬ ପାଳି ଖେଳିଥିଲା ବେଳେ ତୁଳନାତ୍ମକ ଭାବେ କୋହଲି ୩୦ ପାଳି ଖେଳିଥିଲେ। ଅଧିନାୟକ ଭାବେ ଦ୍ରୁତତମ ୧୦୦୦ ରନ୍ କରିଥିବା ତାଲିକାରେ ବାବର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଥିଲା ବେଳେ କୋହଲି ଦ୍ବିତୀୟକୁ ଖସିଯାଇଛନ୍ତି। ଏ ଦୁଇଜଣଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ’ ପ୍ଲେସିସ୍ (୩୧ ପାଳି), ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍ (୩୨ (ପାଳି) ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍ସନ୍ (୩୬ ପାଳି) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।
ବିରାଟଙ୍କ କୀର୍ତ୍ତିମାନ ଭାଙ୍ଗିଲେ ବାବର: ୧୦୦୦ ଟି-୨୦ ଆନ୍ତର୍ଜାତିକ ରନ୍ରେ ଦ୍ରୁତତମ ଅଧିନାୟକ
/sambad/media/post_attachments/wp-content/uploads/2021/10/virat-and-babar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)