ବାବରଙ୍କୁ ବିରାଟଙ୍କଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି: ପୂର୍ବ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ଇଂଲଣ୍ଡକୁ ହରାଇ ଦ୍ୱିତୀୟ ଟି -୨୦ ବିଶ୍ୱକପ ଟାଇଟେଲ ଜିତିବାର ଆଶା ରଖିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ଏହି ଆଶା ଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ମଉଳି ଯାଇଛି। ଏହାକୁ ନେଇ ବିଭିନ୍ନ ଖେଳାଳି ଭିନ୍ନ ଭିନ୍ନ ମତ ରଖିଛନ୍ତି। ସୋସିଆଲ ମିଡିଆରେ ଭାରତ-ପାକ୍ ଖେଳାଳିଙ୍କ ମଧ୍ୟରେ ଟ୍ବିଟ ଯୁଦ୍ଧ ଚାଲିଥିବା ବେଳେ ପାକିସ୍ତାନୀ କ୍ରିକେଟ ପ୍ରଶଂସକ ସେମାନଙ୍କ ଖେଳାଳିଙ୍କୁ ଟାର୍ଗେଟ କରିବାର କୌଣସି ମଉକା ଛାଡ଼ୁନାହାନ୍ତି। ଏମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କ‌ନୋରିଆ ଏକ ବଡ଼ ବୟାନ ଦେଇଛନ୍ତି।

ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମଙ୍କୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କଠାରୁ କିଛି ଶିଖିବା ଜରୁରୀ ବୋଲି କହିଛନ୍ତି ଦାନିଶ କ‌ନୋରିଆ। “ବାବର ଆଜାମ ସବୁବେଳେ ଓପନର ହିସାବରେ ଖେଳିବାକୁ ପସନ୍ଦ କରନ୍ତି। କରାଚି କିଙ୍ଗ୍ସ ସହ ଥିବା ବେଳେ ବି ସେ ଓପନର ହିସାବରେ ଖେଳିଥିଲେ। କାରଣ ସେ ମିଡିଲ ଅର୍ଡରରେ ବ୍ୟାଟିଂ କରିପାରିବେ ନାହିଁ। ତାଙ୍କର ଜିଦ୍‌ ପ‌ାଇଁ ପାକିସ୍ତାନ କ୍ରିକେଟକୁ କ୍ଷତି ସହିବାକୁ ପଡ଼ୁଛି” ବୋଲି କନୋରିଆ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିବା ଭିଡିଓରେ କହିଛନ୍ତି।

दानिश कनेरिया ने कप्तान बाबर आजम को बताया जिद्दी, विराट कोहली से सीखने की दी सलाह
livehindustan

ସେ ଆହୁରି କହିଛନ୍ତି ଯେ, “ଯଦି ନିଃସ୍ୱାର୍ଥପର କଥା କହିବା, ତେବେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପରି କେହି ନାହାଁନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ବିଶ୍ୱକପ ହାରିବା ବେଳେ ସେ ସମାଲୋଚନାର ଶିକାର ହୋଇଥିଲେ। ଦଳରେ ତାଙ୍କ ସ୍ଥାନ କିଏ ନେବ, ଏହାକୁ ନେଇ ଅନେକ ଚର୍ଚ୍ଚା ହେଲା। କିନ୍ତୁ ବିରାଟ ଭାଙ୍ଗିପଡ଼ିନଥିଲେ। ସେ ନୂତନ ଅଧିନାୟକଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ଏବଂ ଅଧିନାୟକ କହିଥିବା ନମ୍ବରରେ ସେ ଖେଳିଥିଲେ।”

ସମ୍ବନ୍ଧିତ ଖବର