ନିର୍ବାଚନ ଲଢ଼ିପାରନ୍ତି ବବିତା ଫୋଗଟ

ନୂଆଦିଲ୍ଲୀ: ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ଲଢ଼ିପାରନ୍ତି ଅନ୍ତରାଷ୍ଟ୍ରୀୟ କୁସ୍ତି ଯୋଦ୍ଧା ବବିତା ଫୋଗଟ | ସେଥିପାଇଁ ସେ ନିଜ ଚାକିରିରୁ ଇସ୍ତଫା ଦେଇଥିବାର ଚର୍ଚ୍ଚା ଜୋର ଧରିଛି | ତେବେ ବବିତା ହରିୟାଣା ରାଜ୍ୟ ସରକାରଙ୍କ ଅଧୀନରେ ସବ ଇନ୍ସପେକ୍ଟର ଚାକିରି କରୁଥିବାବେଳେ ଇସ୍ତଫା ଦେଇଥିଲେ | ଯାହାକି ଗ୍ରହଣ ହୋଇଯାଇଛି |

ଏଠାରେ ସୂଚନା ଥାଉ କି କୁସ୍ତି ଯୋଦ୍ଧା ମହାବୀର ସିଂହ ଫୋଗଟ୍‌ ଓ କୁସ୍ତି ଯୁଦ୍ଧ କରି ବହୁ ପଦକ ଜିଣିଥିବା ତାଙ୍କ ଝିଅ ବବିତା ଫୋଗଟ୍‌ କିଛି ଦିନ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ସାମିଲ ନେଇ ମହାବୀର ସିଂହ ଫୋଗଟ୍‌ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ଚଳାଇବା ଶୈଳୀ ଓ ନେଉଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଛନ୍ତି |

ଚର୍ଚ୍ଚା ହେଉଛି ଯେ ବବିତା ହରିୟାଣାର ବାଢଡା ବା ଚରଖୀ ଦଦାରୀରୁ ନିର୍ବାଚନ ଲଢ଼ିପାରନ୍ତି | ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବ | ତେବେ ବବିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ବିଜେପି ଟିକେଟ ଦେବ ନା ନାହିଁ ତାହା ଦଳ ଉପରେ ନିର୍ଭର କରେ |

ସମ୍ବନ୍ଧିତ ଖବର