ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବବିତା କୁମାରୀ ମାତୃତ୍ବ ଲାଭର ଗୌରବ ବହନ କରିବେ। ସେ ଗର୍ଭବତୀ ଥିବାନେଇ ନିଜେ ବବିତା ସ୍ବାମୀ ବିବେକ ସୁହାଗଙ୍କ ସହ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ଏହି ଡଙ୍ଗଲ ଗର୍ଲ କହିଛନ୍ତି ମା’ ହେବା ପାଇଁ ସେ ଖୁବ୍ ଉତ୍ସାହିତ ଏବଂ ବ୍ୟାକୁଳ। ମୋ ଦୁନିଆକୁ ନବଜାତକକୁ ସ୍ବାଗତ କରିବାକୁ ମୁଁ ବ୍ୟଗ୍ର। ସ୍ବାମୀ ବିବେକଙ୍କ ଉଦେଶ୍ୟରେ ବବିତା ଏକ ଫଟୋ ସହ ବାର୍ତା ଟ୍ବିଟ୍ କରି କହିଛନ୍ତି, ‘‘ପ୍ରତ୍ୟେକଟି ମୁହୁର୍ତ୍ତକୁ ତୁମ ପତ୍ନୀ ଭାବେ ମୁଁ ବିତାଇଚାଲିଛି। ତୁମ ସହ ଜୀବନ ବିତାଇବା ନେଇ ମୁଁ ନିଜକୁ ଖୁବ୍ ଭାଗ୍ୟବତୀ ଅନୁଭବ କରୁଛି। ତୁମେ ହିଁ ମୋର ସ୍ବର୍ଗ। ତୁମେ ମୋତେ ପୂର୍ଣ୍ଣାଙ୍ଗ କରିଛ। ଏବେ ସେହି ନୂଆ ଅଧ୍ୟାୟ ଆରମ୍ଭ ପାଇଁ ମୁଁ ବ୍ୟାକୁଳତାର ସହ ଅପେକ୍ଷା କରିଛି।’’
ମା’ ହେବେ କୁସ୍ତିଯୋଦ୍ଧା ବବିତା କୁମାରୀ
/sambad/media/post_attachments/wp-content/uploads/2020/11/fhfs4hs4fh564sfh65f4s65fshsfhsfhsfhsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)