ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଶନିବାର ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। କଠୋର ଜୈବ ସୁରକ୍ଷିତ ପରିବେଶ ସତ୍ତ୍ବେ ମହିଳା ଯୁଗଳ ଶୀର୍ଷ ସିଡ୍ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ ଓ ହଙ୍ଗେରିର ଟିମିଆ ବାବୁସ ନିଜ ମ୍ୟାଚ୍ର ମାତ୍ର କିଛି ମିନିଟ୍ ପୂର୍ବରୁ କୋଭିଡ୍-୧୯ ସଙ୍ଗରୋଧ ନୋଟିସ୍ ପାଇ ଓହରିବାକୁ ବାଧ୍ୟ ହୋଇଥିଲେ। କୋର୍ଟକୁ ଓହ୍ଲାଇବାର କିଛି କ୍ଷଣ ପୂର୍ବରୁ ହିଁ ମ୍ଲାଡେନୋଭିକଙ୍କୁ ଆମେରିକୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନୋଟିସ୍ ମିଳିଥିଲା। ଫଳରେ ନିଜ ପ୍ରଥମ ରାଉଣ୍ଡ ମୁକାବିଲା ଲାଗି କୋର୍ଟକୁ ଓହ୍ଲାଇବା ପୂର୍ବରୁ କ୍ରିଷ୍ଟିନା ଓ ଟିମିଆ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ପୂର୍ବରୁ ଫ୍ରାନ୍ସର ପୁରୁଷ ଏକକ ଖେଳାଳି ବେନିଟ୍ ପାଇରେ କରେନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରତିଯୋଗିତାରୁ ବାଦ୍ ଦିଆଯାଇଥିଲା। ତେବେ ସେତେବେଳକୁ ମ୍ଲାଡେନୋଭିକଙ୍କ ସମେତ ୧୧ ଖେଳାଳି ତାଙ୍କ ସଂସ୍ପର୍ଶରେ ଆସି ସାରିଥିଲେ। ସେଥିପାଇଁ ଆମେରିକୀୟ ସ୍ବାସ୍ଥ୍ୟ ବିଭାଗ ମ୍ଲାଡେନୋଭିକଙ୍କୁ ସଙ୍ଗରୋଧରେ ଯିବାକୁ ନୋଟିସ୍ ପଠାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କର ଦୈନିକ କୋଭିଡ୍-୧୯ ଟେଷ୍ଟ୍ କରିବାକୁ ଆମେରିକୀୟ ଟେନିସ୍ ସଂଘ ନିଷ୍ପତ୍ତି ନେଇଛି। ତେବେ କ୍ରିଷ୍ଟିନା ଓ ଟିମିଆଙ୍କ ଚଳିତ ୟୁଏସ୍ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଶେଷ ହେବା ଉଭୟ ଫ୍ରାନ୍ସ ଓ ହଙ୍ଗେରି ଟେନିସ୍ ପ୍ରେମୀଙ୍କୁ ନିରାଶ କରିଛି।
କୋଭିଡ୍ ନୋଟିସ୍ ପରେ ଓହରିଲେ ମହିଳା ଯୁଗଳ ଶୀର୍ଷ ସିଡ୍
/sambad/media/post_attachments/wp-content/uploads/2020/09/PEqOgTfH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)