ଜାତୀୟ କନିଷ୍ଠ ଉଷୁ ପ୍ରତ‌ିଯୋଗିତା, ବବୁଲୁଙ୍କୁ ପ୍ରଥମ ଜାତୀୟ ସ୍ବର୍ଣ୍ଣ

ଭୁବନେଶ୍ବର: ଚଣ୍ଡୀଗଡ଼ରେ ଚାଲିଥିବା ୧୮ତମ ଜାତୀୟ କନିଷ୍ଠ ଉଷୁ ପ୍ରତ‌ିଯୋଗିତାରେ ଓଡ଼ିଶାର ବବୁଲୁ ମୁଣ୍ଡା ନିଜ ଖେଳ ଜୀବନର ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ଜାତୀୟ, ଏସୀୟ ଏବଂ ବିଶ୍ବ ଉଷୁ ପ୍ରତି‌ଯୋଗିତାରେ ରୌପ୍ୟ ପଦକ ଅର୍ଜନ କରିଥିବା ‌ଏହି କେନ୍ଦୁଝର ପ୍ରତିଭା ଓଡ଼ିଶା ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ପଙ୍କଜଙ୍କୁ ତାଙ୍କ ପ୍ରଶିକ୍ଷକ ପଙ୍କଜ ମହାନ୍ତ ଏବଂ ପ୍ରା‌ୟୋଜକ ଜେଏସ୍‌ପିଏଲ୍‌ ଅଭିନନ୍ଦନ ଜଣାଇଛନ୍ତି। ୨୦୧୮ରେ ବ୍ରାଜିଲ୍ ବିଶ୍ବ ଉଷୁ ପ୍ରତିଯୋଗିତା ଏବଂ ଚଳିତ ବର୍ଷ ବ୍ରୁନେଇରେ ଅନୁଷ୍ଠିତ ଏସୀୟ ଉଷୁରେ ଅନାଥ ବବୁଲୁ ରୌପ୍ୟ ପଦକ ହାସଲ କରିଥିଲେ। ଚଣ୍ଡୀଗଡ଼ ଜାତୀୟ ପ୍ରତିଯୋଗିତାରେ ବବୁଲୁ ଫାଇନାଲ୍‌ ପର୍ଯ୍ୟନ୍ତ ଲଢ଼ିଥିବା ୫ ବାଉଟ୍‌ ମୁକାବିଲାରେ ଯଥାକ୍ରମେ କେରଳ, ରାଜସ୍ଥାନ, ମଣିପୁର, ପଞ୍ଜାବ ଏବଂ ହରିୟାଣା ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିିତିଥିଲେ।

ସମ୍ବନ୍ଧିତ ଖବର